ସ୍କୁଲ୍ ଖୋଲିବା ଯାଏ ଘରୋଇ ଶିକ୍ଷକଙ୍କୁ ପ୍ରତି ମାସ ୨ ହଜାର ଟଙ୍କା ଭତ୍ତା ଓ ୨୫ କେଜି ଚାଉଳ ଦେବେ ସରକାର
1 min readହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣ ପାଇଁ ବନ୍ଦ ରହିଛି ସ୍କୁଲ୍, ହେଉନି ପାଠପଢ଼ା । ଫଳରେ ଅଧିକାଂଶ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷକ ଓ କର୍ମଚାରୀ ଚଳିବା ମୁସ୍କିଲ୍ ହୋଇ ପଡ଼ିଛି । ଏସବୁକୁ ଦେଖି ବଡ଼ ନିଷ୍ପତ୍ତି ନେଇଛନ୍ତି ତେଲଙ୍ଗାନା ସରକାର । ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ଘରୋଇ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମାସିକ ୨ ହଜାର ଟଙ୍କା ସହ ୨୫ କେଜି ଚାଉଳ ମାଗଣା ମଳିବ । ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଯାଏ ଏହି ସହାୟତା ଯୋଗାଇ ଦେବେ ତେଲଙ୍ଗାନା ସରକାର । ଚଳିତ ମାସରୁ ସହାୟତା ଯୋଗାଇ ଦିଆଯିବ ।
CM Sri KCR has decided to provide Rs.2000 financial assistance and 25 Kg rice per month to teachers and other staff of recognized private educational institutions effective from April. This assistance to continue till educational institutions are reopened. pic.twitter.com/KzffyglcnV
— Telangana CMO (@TelanganaCMO) April 9, 2021
ଏନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ପଡ଼ିଛି । ଏଥିଯୋଗୁଁ ଶିକ୍ଷକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ସ୍କୁଲ୍ ଯେ ପର୍ଯ୍ୟନ୍ତ ନ ଖୋଲିଛି, ସେତେବେଳେ ଯାଏ ଶିକ୍ଷକଙ୍କୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ଓ ୨୫ କେଜି ଚାଉଳ ପ୍ରତିମାସ ଯୋଗାଇ ଦିଆଯିବ ।
ଏହି ନିଷ୍ପତ୍ତି ମାନବିକତା ଦୃଷ୍ଟିକୋଣରୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ରାଜ୍ୟ ମାନ୍ୟତାପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ୫୦ ଲକ୍ଷ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ସହାୟତା ପାଇବା ଲାଗି ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଅନ୍ୟ ଦସ୍ତାବିଜ୍ ସହ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ ।