ପୋଲିସ ଅଧିକାରୀଙ୍କ ନିକଟରେ ୭୦ କୋଟି ଟଙ୍କାର ଅବୈଧ ସମ୍ପତ୍ତି, ACB ରେଡ୍ ପରେ ଖୁଲାସା

Telangana Cop Had RS 70 Crore In Illegal Wealth Unearth Raids

ହାଇଦ୍ରାବାଦ: ତେଲଙ୍ଗାନା ପୋଲିସର ଜଣେ ଅଧିକାରୀଙ୍କ ନିକଟରୁ ୭୦ କୋଟି ଟଙ୍କାର ଅବୈଧ ସମ୍ପତ୍ତି ଜବତ କରାଯାଇଛି । ରାଜ୍ୟ ଆଣ୍ଟି କରପସନ୍ ବ୍ୟୁରୋ ରେଡ୍ ପରେ ଏହି ତଥ୍ୟ ଜଣାପଡ଼ିଛି । ନରସିହ୍ମା ରେଡ୍ଡୀ ନାମକ ଏହି ଅଧିକାରୀ ୧୯୯୧ ମସିହାରେ ଇନ୍ସପେକ୍ଟର ଭାବେ ପୋଲିସରେ ଜଏନ୍ କରିଥିଲେ । ପରେ ଆସିଣ୍ଟାଟ କମିଶନର ପଦକୁ ପ୍ରମୋସନ ହୋଇଥିଲା । ସେ ମଲ୍କଜାଗିରି ଜିଲ୍ଲାରେ ନିଯୁକ୍ତି ପାଇଥିଲେ ।

Telangana Cop Had RS 70 Crore In Illegal Wealth Unearth Raids

ବେଆଇନ୍ ସମ୍ପତ୍ତି ମିଳିବା ପରେ ଏସିବି ନରସିହ୍ମାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଛି । ମେଡିକାଲ ଟେଷ୍ଟ ପରେ ଏସିବି ରିମାଣ୍ଡ ଆବେଦନ କରିବ । ଏସିବି ନିର୍ଦ୍ଦେଶକ ଜେନରାଲ ପୂର୍ଣ୍ଣଚନ୍ଦ୍ର ରାୱଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ଇସ୍ତାହାର ପ୍ରକାରେ ନରସିହ୍ମା ରେଡ୍ଡୀଙ୍କ ସମ୍ପତ୍ତି ବାବଦରେ ଜାଣିବା ଲାଗି ରାଜ୍ୟର ୨୫ଟି ସ୍ଥାନରେ ରେଡ୍ କରାଯାଇଥିଲା । ଏହି ରେଡ୍ ବାରଙ୍ଗଲ, ଜନଗାଓଁ, ନାଲଗୋଣ୍ଡା, କରୀମନଗର ଓ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ହୋଇଥିଲା ।

Telangana Cop Had RS 70 Crore In Illegal Wealth Unearth Raids

ସୂଚନାଯୋଗ୍ୟ, ତେଲଙ୍ଗାନାରେ ଅନ୍ୟ ଏକ ବଡ଼ ଭ୍ରଷ୍ଟାଚାର ମାମଲାରେ ଏସିବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଇନ୍ସୁରାନ୍ସ ମେଡିକାଲ ସର୍ଭିସେସର ପୂର୍ବତନ ନିର୍ଦ୍ଦେଶକ ଓ ଅନ୍ୟ ଜଣେ ଅଧିକାରୀଙ୍କ ଠାରୁ ୪.୪୭ କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଜବତ କରିଥିଲା । ଇନ୍ସୁରାନ୍ସ ମେଡିକାଲ ସର୍ଭିସର ପୂର୍ବତନ ନିର୍ଦ୍ଦେଶକ ଦେବିକ ରାଣୀଙ୍କ ଠାରୁ ୩.୭୫ କୋଟି ଟଙ୍କା ଓ ଇଏସ୍ଆଇ ଫାର୍ମାସିଷ୍ଟ ନାଗା ଲକ୍ଷ୍ମୀଙ୍କ ଠାରୁ ୭୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଆୟକର ଲୁଚାଇବା ପାଇଁ ଏହି ଅର୍ଥକୁ ସାଇବରାବାଦ ଅଞ୍ଚଳର ଏକ ରିୟଲ ଇଷ୍ଟେଟ୍ କମ୍ପାନୀରେ ନିବେଶ କରାଯାଇଥିଲା ।

ଦୁଇ ଅଧିକାରୀଙ୍କ ୬ଟି ଆବାସିକ ପ୍ଲଟ ଥିବା ବେଳେ ପରିବାର ସଦସ୍ୟଙ୍କ ନାଁରେ ୧୫ ହଜାର ବର୍ଗ ଫୁଟର ବାଣିଜ୍ୟିକ ସମ୍ପତ୍ତି କିଣିବା ପାଇଁ ବେଆଇନ୍ ଟଙ୍କା ନିବେଶ କରାଯାଇଥିଲା ।

Leave a Reply