spot_img

Latest Posts

ନୀତୀଶ କୁମାରଙ୍କୁ ଭେଟିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିରୋଧୀ ମେଣ୍ଟକୁ ନେଇ ପୁଣି ଚର୍ଚ୍ଚା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ପାଟନାରେ ହୋଇଥିବା ଭେଟଘାଟକୁ ନେଇ ରାଜନୈତିକ ଚର୍ଚ୍ଚା । କେତେକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେସିଆର। ପାଟନାରେ ପହଞ୍ଚିବା ପରେ କେସିଆରଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ନୀତୀଶ । ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ନୀତୀଶଙ୍କୁ କେସିଆର ଭେଟିବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।  ବିଜେପି ବିରୋଧରେ ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋରଧରିଛି।

ବିହାର ଗସ୍ତ କାଳରେ କେସିଆର ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି। ପୂର୍ବରୁ କେସିଆର ବିରୋଧୀ ମେଣ୍ଟକୁ ଏକାଠି ହେବା ଦରକାର ବୋଲି କହିଥିଲେ। ନୀତୀଶ କୁମାର ମଧ୍ୟ ବିଜେପି ଠାରୁ ଅଲଗା ହେବା ପରେ ସମାନ କଥା କହିଥିଲେ।  ଦୁଇ ଦିନ ତଳେ ତେଲଙ୍ଗାନାରେ ଆୟୋଜିତ ସଭାରେ ଏନଡିଏ ସରକାର ବିରୋଧରେ କେସିଆର ସ୍ୱର ଉତ୍ତୋଳନ କରିବା ସହ ୨୦୨୪ରେ ବିଜେପି ମୁକ୍ତ ଭାରତ ଆହ୍ୱାନ ଦେଇଥିଲେ । ତେଣୁ ଆଜି ସେମାନଙ୍କ ଭେଟଘାଟ ନୂଆ ରାଜନୀତିକ ଚର୍ଚ୍ଚାକୁ ଖୋରାଗ ଯୋଗାଇଛି। ଅନ୍ୟପଟେ ତେଲଙ୍ଗାନାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିହାରର ୧୨ଜଣ ଶ୍ରମିକଙ୍କ ପରିବାରକୁ ବି ୫ ଲକ୍ଷ ଲେଖାଏଁ ଟଙ୍କାର ଆର୍ଥିକ ସହାୟତା ଯୋଗାଇଛନ୍ତି କେସିଆର।

Latest Posts

Don't Miss