ତେଲଙ୍ଗାନା ପୋଲିସକୁ ବଡ଼ ସଫଳତା; ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ
1 min read
ନନ୍ଦିଘୋଷ ବ୍ୟୁରୋ: ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ। ତେଲଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା। ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ମୁଲୁଗୁ ଏସ୍ପି ଡକ୍ଟର ସବାରିଶ ଏହି ସୂଚନା ଦେଇଛନ୍ତି। ମାଓବାଦୀଙ୍କ ନିକଟରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।
ପୁଲିସ ସୂଚନା ମୁତାବକ, ରବିବାର ସକାଳୁ ମୁଲୁଗୁ ଜିଲ୍ଲାର ଏତୁରଙ୍ଗାରମ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମପେଟ୍ ଅଞ୍ଚଳର ଅଞ୍ଚଳର କମିଟି କମାଣ୍ଡର ବଦ୍ରୁ ଓରଫ ପାପନ୍ନା ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।
ଏହାପୂର୍ବରୁ ସେପ୍ଟେମ୍ବର ମାସରେ ତେଲେଙ୍ଗାନାର ଭଦ୍ରାଦ୍ରିର କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏନକାଉଣ୍ଟର କରାଯାଇଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।