ପୁଣିଥରେ ପଲଟି ମାରିବେ କି ନୀତିଶ? ଏମିତି କହିଲେ ତେଜସ୍ବୀ

ନନ୍ଦିଘୋଷ ବ୍ୟୁରୋ: ୪ ଜୁନରେ ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବାରମ୍ବାର ମେଣ୍ଟ କରୁଥିବା ନୀତିଶ କୁମାରଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ବିଜେପି ସହ ମେଣ୍ଟ ଭାଙ୍ଗିବେ କି? ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ଯାଇଥିବା ନୀତିଶ ୫ ତାରିଖ ପାଟନା ଫେରିବାର ଥିଲା । ମାତ୍ର ସେ ଆଜି ଅର୍ଥାତ ୨ ଦିନ ପୂର୍ବରୁ ଫେରୁଥିବାରୁ ଏଭଳି ଚର୍ଚ୍ଚା ହେଉଛି । ନୀତିଶ ଯେତେବେଳେ ବିଜେପି ବିରୋଧୀ ଏବଂ ଇଣ୍ଡିଆ ଗଠବନ୍ଧନ ବିରୋଧରେ ଥିଲେ । ସେତେବେଳେ ଯେବେ ବି କୌଣସି ବୈଠକ ହେଉଥିଲା ଏବଂ ତାଙ୍କ ମନ ମାନିଲେ କିମ୍ବା ତାଙ୍କ ହିସାବରେ କାମ ନହେଲେ ସେ ସେହି ସ୍ଥାନ ଛାଡ଼ି ପଳାଇ ଆସୁଥିଲେ । ଏପରିକି ମୁମ୍ବାଇ ଏବଂ ଦିଲ୍ଲୀରୁ ମଧ୍ୟ ପାଟନା ପଳାଇ ଆସୁଥିଲେ । ଏଣୁ ୫ ତାରିଖ ପୂର୍ବରୁ ଫେରୁଥିବାରୁ କିଛି ଅଲଗା ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ୨୦୧୯ ଶପଥ ଗ୍ରହଣ ସମୟରେ ମଧ୍ୟ ତାଙ୍କ ସାଂସଦଙ୍କୁ ମନ୍ତ୍ରୀପଦ ଦେବାକୁ ନେଇ ବିରକ୍ତ ହୋଇ ଫେରି ଆସିଥିଲେ । ଆଉ ଏବେ ସେ ପୁଣି କାହିଁକି ଫେରି ଆସୁଛନ୍ତି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।