ଏହି ସୁନ୍ଦରୀ ଟେଲିଭିଜନ୍ ଅଭିନେତ୍ରୀଙ୍କ ପାଖକୁ ଆସୁଛି ଅଶ୍ଳୀଳ ଭିଡିଓ କଲ୍

1 min read

ସାବଧାନ ଆପଣଙ୍କ ହ୍ୱାଟସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇପାରେ । ଆଉ ଆପଣଙ୍କୁ ମଧ୍ୟ ଆସିପାରେ ଭିଡିଓ କଲ୍ । ଏବଂ ଆପଣଙ୍କ ମଧ୍ୟମରେ ଆପଣଙ୍କ ବନ୍ଧୁମାନଙ୍କୁ ମଧ୍ୟ ଆସିପାରେ ଏମିତି ଭିଡ଼ିଓ କଲ୍ । ଏବେ ହ୍ୟାକରଙ୍କ ଟାର୍ଗେଟରେ ରହିଛି ହ୍ୱାଟସଆପ । ଏମତି ଏକ ହ୍ୟାକର ଶିକାର ହୋଇଛନ୍ତି ଟେଲିଭିଜନ୍ ବିଉଟି ତଥା ଜଣାଶୁଣା ଟେଲିଭିଜନ କଳାକାର ତେଜସ୍ୱୀ ପ୍ରକାଶ । ତାଙ୍କ ହ୍ୱାଟସଆପ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍ କରି ଅଶ୍ଳୀଳ ଭିଡ଼ିଓ ପଠାଉଥିବା ସେ ଅଭିଯୋଗ କରିଛନ୍ତି  ।

ସେ ଏନେଇ ତାଙ୍କ ସ୍ପଟ୍ ବୟକୁ କହିଛନ୍ତି ‘ହ୍ୟାକର ଜଣଙ୍କ ତାଙ୍କ ଆକାଉଣ୍ଟରୁ ତାଙ୍କ ବନ୍ଧୁ ମାନଙ୍କୁ ମେସେଜ କରି ଭଲରେ କଥା ହେଉଛି ଏବଂ ତାଙ୍କୁ ଏକ ଲିଙ୍କ ପଠାଇ କୋଡ୍ ମାଗୁଛି । କୋଡ ଦେବା ପରେ ତେଜସ୍ୱୀଙ୍କ ନମ୍ବରରୁ ଏକ ଭିଡିଓ କଲ ଆସୁଛି ଏବଂ ଭିଡ଼ିଓ କଲ ଉଠାଇଲେ ସେମାନଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଯାଉଛି ।  ଏଭଳି ଭିଡିଓ କଲ୍ ପାଇବା ପରେ ତେଜସ୍ୱୀଙ୍କ ବାନ୍ଧବୀ କରିସ୍ମା ତନ୍ନା ,ତାନିଆ ଶର୍ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତେଜସ୍ୱୀଙ୍କୁ ଫୋନ୍ କରି ଏମିତି ଭିଡିଓ କାହିଁ ଆମକୁ ଦେଖାଉଛ ବୋଲି କହିଥିଲେ । ତେଜସ୍ୱୀଙ୍କ ମନା କରିବା ପରେ ସ୍ପଷ୍ଟ ହୋଇଥିଲା ଯେ ତାଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି ।

ଏହାସହ ତେଜସ୍ୱୀ ନିଜେ ରବିବାରରେ ଯେତେ ବେଳେ ତାଙ୍କ ସୁଟିଂସେଟରେ ବ୍ୟସ୍ତ ଥିଲେ ସେତେବେଳେ ତାଙ୍କୁ ଏକ ଭିଡ଼ିଓ କଲ ଆସିଥିଲା ଏବଂ ସେ ତାର ଉତ୍ତର ଦେବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭିଡିଓ ଦେଖାଯାଇଥିଲା  ଏବଂ ସେ ଖୁବ୍ ଡରି ଯାଇଥିଲେ । ଏସବୁ ଘଟଣା ତାଙ୍କ ଇମେଜକୁ ନଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି  ।

ତେଜସ୍ୱୀ ଏନେଇ ସାଇବର କ୍ରାଇମ ସେଲରେ ଅଭିଯୋଗ କରିଛନ୍ତି  । ')}

Leave a Reply