ପିଟିଆଇର ନୂତନ ସଭାପତି ହେଲେ ଗୋହର ଅଲି ଖାନ୍

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ତେହେରିକ-ଇ-ଇନସାଫରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ନିର୍ବାଚନରେ ଆଇନଜୀବୀ ଗୋହର ଅଲି ଖାନ ଦଳର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦ ପାଇଁ ଗୋହରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମନୋନୀତ କରିଥିଲେ । ତାଙ୍କ ବ୍ୟତୀତ ଅନ୍ୟ ଅଧିକାରୀ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଭୋଟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ଅନଲାଇନ୍ ଆପ୍ ମାଧ୍ୟମରେ ଭୋଟ୍ ଗ୍ରହଣ କରାଯାଇଥିଲା ।

ସୂଚନାଯୋଗ୍ୟ, ତୋସାଖାନା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଯୋଗ୍ୟତାକୁ ମଧ୍ୟ ବାତିଲ କରିହେବ । ଭବିଷ୍ୟତରେ ସେ ଦଳର ସଭାପତି ଭାବେ ଫେରିବେ ବୋଲି ଆଶା କରାଯାଉଛି । ତେବେ ପାକିସ୍ତାନର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଫଳାଫଳକୁ ଚ୍ୟାଲେଞ୍ଜ କରିବାକୁ ପିଟିଆଇର ପ୍ରତିଷ୍ଠାତା ସଦସ୍ୟ ଆକବର ଏସ ବାବର ନିଷ୍ପତ୍ତି ନେଇଥିବାରୁ ଦଳ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ।

ନୂତନ ଅଧ୍ୟକ୍ଷ ହୋଇଥିବା ଗୋହର ଅଲି ଖାନ କହିଛନ୍ତି, ଇମ୍ରାନ ଖାନଙ୍କ ପ୍ରତିନିଧି ଭାବେ ସେ ଏହି ଦାୟିତ୍ବ ପାଳନ କରିବି ।