spot_img

Latest Posts

ଧାର୍ମିକ ଶୋଭାଯାତ୍ରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୭ ଅଭିଯୁକ୍ତ ଗିରଫ

ତାମିଲନାଡୁ: ତାମିଲନାଡୁରେ ନାବାଳିକାଙ୍କୁ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ଏକ ଧାର୍ମିକ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଇଥିବା ନାବାଳିକା ଅତ୍ୟାଚାରର ଶିକାର ହୋଇଛନ୍ତି। ଶୋଭାଯାତ୍ରାରେ ୭ ଜଣ ଯୁବକ ଗହଳି ମଧ୍ୟରୁ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅମାନୁଷିକ ଘଟଣା ତାମିଲନାଡୁର ବୈଲ୍ଲାକୋବିଲରେ ଘଟିଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାନୁସାରେ, ତାମିଲନାଡୁର ବୀରା କୁମାରସ୍ୱାମୀ ମନ୍ଦିରରେ ଆୟୋଜିତ ରଥ ଉତ୍ସବ ଦେଖିବାକୁ ଗତ ୯ ତାରିଖରେ ୧୭ ବର୍ଷୀୟା ପୀଡ଼ିତାଜଣକ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ସେଠାରୁ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ ।

ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ତରଫରୁ ତତ୍ପରତା ପ୍ରକାଶ ପାଇ ଘଟଣାର ତଦନ୍ତ କରିବାକୁ ଦୁଇଟି ସ୍ପେଶାଲ ଟିମ୍‌ ଗଠିତ ହୋଇଥିଲା। ଏହାପରେ ପୋଲିସ କାମାରାଜାପୁରକମରୁ ଜଣେ ୩୨ ବର୍ଷୀୟ ଅଭିଯୁକ୍ତ ଏବଂ ଅନ୍ୟଜଣେ ୨୯ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ଟ୍ରେଲ ଆଧାରରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଅଧିକତ ପଚରାଉଚରା କରିବା ସହ କଡାକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Latest Posts

Don't Miss