ବଲିଗେଟ୍ସ ଓ ଓବାମାଙ୍କ ଟ୍ୱିଟର ହ୍ୟାକ୍ କରି ଲୁଟିଥିଲେ ୧ଲକ୍ଷ ଡଲାର, ଏବେ ଜେଲରେ…. ଜାଣନ୍ତୁ ପୁରା ପ୍ରସଙ୍ଗ…..

1 min read

କିଛି ଦିନ ତଳେ ବିଶ୍ୱର ଅନେକ ନାମକରା ଓ ବିଖ୍ୟାତ ବ୍ୟକ୍ତିଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ଏହି ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଓ ବିଲ୍ ଗେଟ୍ସ ମଧ୍ୟ ସାମିଲ ଥିଲେ । ତେବେ ଏଭଳି ଘଟଣା ଘଟିବା ପରେ ଟ୍ୱିଟରର ବିଶ୍ୱସନୀୟତା ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଟ୍ୱିଟରକୁ ଏସମ୍ୱନ୍ଧରେ କୈଫତ୍ ମଗାଯାଇଥିଲା ମଧ୍ୟ । ତେବେ ଏଭଳି ହାଇ ପ୍ରୋଫାଇଲ କ୍ରାଇମ କରିଥିବା ବ୍ୟକ୍ତିଙ୍କୁ ଆମେରିକାର ଏଫବିଆଇ ଓ ଡିର୍ପାଟମେଣ୍ଟ ଅଫ୍ ଜଷ୍ଟିସ୍ ଗିରଫ କରିଛି । ସେ ଜଣେ ନାବାଳକ ଓ ଫ୍ଲୋରିଡାର ବାସିନ୍ଦା ।

https://twitter.com/TwitterComms/status/1289267856333402112

ତାଙ୍କ ନାମ ଗ୍ରାହାମ୍ କ୍ଲାର୍କ ।୧୭ ବର୍ଷ ବୟସର ଏହି ବାଳକଙ୍କୁ ଖୋଜିବା ପାଇଁ ଫ୍ଲୋରିଡ ପୋଲିସ୍, ଏଫବିଆଇକୁ ଢେର କସରତ କରିବାକୁ ପଡିଥିଲା । ତେବେ ଖୋଳତାଡ କରିବା ପରେ ଜଣା ପଡିଛି ଯେ, ଉକ୍ତ ବାଳକ କେବଳ ଏହି ଟ୍ୱିଟର ହ୍ୟାକିଂ କ୍ଷେତ୍ରରେ ନୁହେଁ ବରଂ ୩୦ଟି ଅନ୍ୟ ସାଇବର ଅପରାଧରେ ମଧ୍ୟ ସମ୍ପୃକ୍ତ ଅଛନ୍ତି । ସେ ବିଭିନ୍ନ ସମୟରେ ସାଇବର ହ୍ୟାକିଂ କରିବା ସହ ସୋସିଆଲ୍ ମିଡିଆକୁ ବ୍ୟବହାର କରି ସାଧାରଣ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରୁଥିଲେ । ତେବେ ଟ୍ୱିଟର ଆଟାକ୍ ସମ୍ୱନ୍ଧୀତ ତଥ୍ୟ ସଂଗ୍ରହ କରିବା ସହ ଘଟଣାର ମୂଳକୁ ଯିବାରେ ପୋଲିସ ସଫଳ ହୋଇଛି । ଏଫବିଆଇ କହିବା ଅନୁଯାୟୀ, କ୍ରିପଟୋ କରେନ୍ସି ବିଟ୍ କଏନକୁ ପ୍ରମୋଟ କରିବା ପାଇଁ ବିଶ୍ୱର ପ୍ରମୁଖ ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ହ୍ୟାକ୍ କରାଯାଉଥିଲା । ତେବେ ଏଭଳି କରି ଉକ୍ତ ବାଳକ ଗୋଟିଏ ଦିନରେ ୧ଲକ୍ଷ ଡଲାର ଅର୍ଥ ହଡ଼ପ କରିବାରେ ସଫଳ ହୋଇଛି । ବିଶେଷ ଭାବେ ଉକ୍ତ ବ୍ୟକ୍ତି ପ୍ରଖ୍ୟାତ ବ୍ୟକ୍ତିମାନଙ୍କ ନାମକୁ ବିକ୍ରି କରି ଏହି ଠକେଇ କରିବାରେ ସଫଳ ହୋଇଛନ୍ତି ।

ପ୍ରକ୍ରିୟା ଟି ଏହିଭଳି ଥିଲା

ପ୍ରଥମେ ବିଶ୍ୱର ନାମକରା ବ୍ୟକ୍ତିମାନଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା । ଟ୍ୱିଟର ଆକାଉଣ୍ଟକୁ ବ୍ୟବହାର କରାଯାଇ ବିଭିନ୍ନ କ୍ରିପଟୋ କରେନ୍ସି ଆକାଉଣ୍ଟକୁ କରେନ୍ସି ଟ୍ରାନସଫର୍ କରିବା ପାଇଁ କୁହାଯାଇଥିଲା । ଏହାର ପ୍ରତିବଦଳରେ ଭଲ ଅଫର୍ ମିଳିବା ସହ ମାତ୍ରାଧିକ ଲାଭବାନ ହେବା ନେଇ ଲୋଭ ଦେଖା  ଯାଇଥିଲା । ନାମିଦାମୀ ବ୍ୟକ୍ତିଙ୍କ ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟରୁ ଏଭଳି ମେସେଜ ଯିବା ପରେ ସାଧାରଣ ଲୋକେ ଏଭଳି ମେସେଜ ଉପରେ ଭରସା କରି ଟଙ୍କା ଟ୍ରାନସଫର୍ କରିଥିଲେ । ତେବେ ଟ୍ରାନସଫର ହେଉଥିବା ଟଙ୍କା କ୍ଲାର୍କଙ୍କ ଆକାଉଣ୍ଟକୁ ଯାଉଥିଲା । ଖୁବ୍ କମ୍ ସମୟ ମଧ୍ୟରେ ଟ୍ୱିଟର ନିଜର ଆକାଉଣ୍ଟକୁ ସାଇବର ଆଟକରୁ ବାହାର କରି ଆଣିବାରେ ସଫଳ ହୋଇଥିଲେ ମଧ୍ୟ ଟଙ୍କା ହଡପ ପାଇଁ କ୍ଲାର୍କଙ୍କୁ ଯଥେଷ୍ଟ ସମୟ ମିଳିଥିଲା । କେଇ ଘଣ୍ଟା ମଧ୍ୟରେ ସେ ୧ଲକ୍ଷ ଡଲାରର ମୂଲ୍ୟର କ୍ରିପଟୋ କରେନ୍ସି ନିଜ ନାମରେ କରି ସାରିଥିଲେ । ତେବେ ଏବେ ଶୁକ୍ରବାର ସକାଳ ୬ଟାରେ ତାଙ୍କୁ ଜେଲ ପଠାଯାଇସାରିଛି । ତାଙ୍କ ସହ ଦୁଇଜଣ ସହଯୋଗୀ ମଧ୍ୟ ଜେଲ୍ ଦଣ୍ଡ ଭୋଗୁଛନ୍ତି ।

Leave a Reply