HockeyJuniorWorldCup: ପ୍ରସ୍ତୁତ କଳିଙ୍ଗ ଷ୍ଟାଡ଼ିୟମ, ପହଁଚିଲେ ବିଦେଶୀ ଟିମ୍

1 min read

ଭୁବନେଶ୍ୱର: ବିଶ୍ୱକପ୍ ଜୁନିୟର ହକି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡ଼ାଉନ  । ୨୪ରେ କମ୍ପିକ କଳିଙ୍ଗ ଷ୍ଟାଡ଼ିୟମ  । ଏଥିପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି  । ଆଉ ଗୋଟେ ପରେ ଗୋଟିଏ ବିଦେଶୀ ଟିମ୍ ଏବେ ଓଡ଼ିଶାରେ ପହଁଚିବା ଆରମ୍ଭ କରିଦେଇଛନ୍ତି  ।  FIH କନିଷ୍ଠ ବିଶ୍ବକପ୍‌ ଲାଗି  ବିଦେଶୀ ଦଳ ଭୁବନେଶ୍ୱରରେ ପାଦ ରଖିଛନ୍ତି  ।

ବେଲ୍‌ଜିୟମ ଦଳ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ନେଦରଲ୍ୟାଣ୍ଡ , ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାସହ ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ରହି କଳିଙ୍ଗ ଷ୍ଟାଡିୟମରେ କସରତ ଚଳାଇଛି  ।  ବର୍ତ୍ତମାନ ଯେଉଁ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସେହି ଟିମ ଆଗୁଆ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି  ।

ନଭେମ୍ବର 24 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ କନିଷ୍ଠ ବିଶ୍ବକପ୍‌  । ଟୁର୍ଣ୍ଣାମେଣ୍ଟରେ ସମୁଦାୟ 16ଟି ଦେଶ ଭାଗନେବାକୁ ଯାଉଛି  । ସେପଟେ ଚୟନମଣ୍ଡଳୀ ଭାଗ ନେବାକୁ ଥିବା ଦେଶ ଗୁଡ଼ିକୁ ଚୟନ କରିସାରିଛନ୍ତି  । ଏହା ପରେ ଉକ୍ତ ୧୬ଟି ଟିମ ଏବେ  ଭୁବନେଶ୍ୱରରେ ଡେରା ପକାଇବା ଆରମ୍ଭ କରିଦେଇଛନ୍ତି ।

Leave a Reply