HockeyJuniorWorldCup: ପ୍ରସ୍ତୁତ କଳିଙ୍ଗ ଷ୍ଟାଡ଼ିୟମ, ପହଁଚିଲେ ବିଦେଶୀ ଟିମ୍
1 min readଭୁବନେଶ୍ୱର: ବିଶ୍ୱକପ୍ ଜୁନିୟର ହକି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡ଼ାଉନ । ୨୪ରେ କମ୍ପିକ କଳିଙ୍ଗ ଷ୍ଟାଡ଼ିୟମ । ଏଥିପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ଆଉ ଗୋଟେ ପରେ ଗୋଟିଏ ବିଦେଶୀ ଟିମ୍ ଏବେ ଓଡ଼ିଶାରେ ପହଁଚିବା ଆରମ୍ଭ କରିଦେଇଛନ୍ତି । FIH କନିଷ୍ଠ ବିଶ୍ବକପ୍ ଲାଗି ବିଦେଶୀ ଦଳ ଭୁବନେଶ୍ୱରରେ ପାଦ ରଖିଛନ୍ତି ।
ବେଲ୍ଜିୟମ ଦଳ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ନେଦରଲ୍ୟାଣ୍ଡ , ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାସହ ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ରହି କଳିଙ୍ଗ ଷ୍ଟାଡିୟମରେ କସରତ ଚଳାଇଛି । ବର୍ତ୍ତମାନ ଯେଉଁ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସେହି ଟିମ ଆଗୁଆ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।
ନଭେମ୍ବର 24 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ କନିଷ୍ଠ ବିଶ୍ବକପ୍ । ଟୁର୍ଣ୍ଣାମେଣ୍ଟରେ ସମୁଦାୟ 16ଟି ଦେଶ ଭାଗନେବାକୁ ଯାଉଛି । ସେପଟେ ଚୟନମଣ୍ଡଳୀ ଭାଗ ନେବାକୁ ଥିବା ଦେଶ ଗୁଡ଼ିକୁ ଚୟନ କରିସାରିଛନ୍ତି । ଏହା ପରେ ଉକ୍ତ ୧୬ଟି ଟିମ ଏବେ ଭୁବନେଶ୍ୱରରେ ଡେରା ପକାଇବା ଆରମ୍ଭ କରିଦେଇଛନ୍ତି ।