ଚତୁର୍ଥ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

1 min read

ଲୌଡରହିଲ୍‌: ଭାରତ ଓ୍ବେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦ । ଘରୋଇ ଦଳକୁ ମାତ ଦେଲା ଭ୍ରମଣକାରୀ ଦଳ । ଶୁଭମନ ଗିଲ ଏବଂ ଜସସ୍ବୀ ଜୟସ୍ବାଲଙ୍କ ଦମଦାର ବ୍ୟାଟିଂ ବଳରେ ଦଳର ବିଜୟ ହୋଇଛି । ତି ଓଭର ପୂର୍ବରୁ ମାତ୍ର ଗୋଟିଏ ଓ୍ବିକେଟ ବିନିମୟରେ ଟିମ ଇଣ୍ଡିଆ ନିଜର ବିଜୟ ଲକ୍ଷ୍ୟକୁ ପୂରଣ କରିବାରେ ସକ୍ଷମ ହୋଇଛି । ୧୭୯ର ବିଜୟ ଲକ୍ଷ୍ୟକୁ ରହିଥିବାବେଳେ ଗିଲ୍ ୭୭ ଏବଂ ଜୟସ୍ବାଲ ୮୪ ରନ କରି ଅପରାଜିତ ରହିଥିଲେ । ଲଢ଼ୁଆ ବ୍ୟାଟିଂ ସହ ଜୟସ୍ବାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ୫ ମ୍ୟାଚ ବିଶିଷ୍ଠ ଏହି ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍ ଯେଉଁ ଦଳ ଜିତିବ ସେ ସିରିଜ ହାତେଇବ । ଭାରତ ପ୍ରଥମ ଦୁଇଟି ମ୍ୟାଚ ହାରିଥିଲେ ସୁଦ୍ଧା ଦମଦାର କମବ୍ୟାକ କରିଛି । ଶେଷ ଦୁଇ ମ୍ୟାଚ ଜିତିଥିବାବେଳେ ଅନ୍ତିମ ମ୍ୟାଚରେ ମଧ୍ୟ ବିଜୟୀ ହୋଇ ସିରିଜ ହାତେଇବା ଲକ୍ଷ୍ୟରେ ରହିବ ।