ଶେଷ ଦିନିକିଆ ପାଇଁ ବାରବାଟୀରେ ଟିମ୍ ଇଣ୍ଡିଆର ଅଭ୍ୟାସ ଆରମ୍ଭ, ସିରିଜ୍ ହାତେଇବା ଲକ୍ଷ୍ୟରେ କୋହଲି ଏଣ୍ଡ କୋ ।

କଟକ : ବାରବାଟୀ ପାଇଁ କାଉଣ୍ଟଡାଉନ ଆରମ୍ଭ । ପଡ଼ିଆ ପ୍ରସ୍ତୁତ, ମ୍ୟାଚ ପାଇଁ ଯୋଦ୍ଧା ବି ତୟାର । ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ ନିର୍ଣ୍ଣାୟକ ମୁକାବିଲା । ଏହି ମ୍ୟାଚ୍‌ ପାଇଁ ଦୁଇଟି ଦଳ ଅଭ୍ୟାସ କରିବେ । ମ୍ୟାଚ୍‌କୁ ଜିତିବା ପାଇଁ ଦୁଇଟି ଦଳ ସେମାନଙ୍କର ସ୍ୱତନ୍ତ୍ର ରଣକୌଶଳ କରିବେ । ପିଚ୍‌ କେମିତି ଅଛି ଏବଂ କେଉଁ ଷ୍ଟ୍ରାଟେଜିରେ ଟିମ୍‌ ଖେଳିବ ସେନେଇ ଆଜି ଉଭୟ ଟିମ୍‌ ପ୍ଲାନ ତିଆରି କରିବେ । ତେବେ ଟିମ୍ ଇଣ୍ଡିଆର ଖେଳାଳି ଆଜି ପୂର୍ବାହ୍ନରେ ବାରବାଟୀରେ ପହଞ୍ଚି ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି ।

ସକାଳ ୯ଟା ୩୦ ମିନିଟିରେ ମେ ଫେୟାର ହୋଟେଲରୁ ବାହାରି ୧୦ଟା ସମୟରେ ଭାରତୀୟ ଟିମ ବାରବାଟୀରେ ପହଞ୍ଚିଥିଲା । ଏହାପରେ ସେଠାରେ ପ୍ରାକ୍ଟିସ ଆରମ୍ଭ କରିଛି ଦଳ । ଦିନ ଦୁଇଟା ସମୟରେ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍‌ ପ୍ରାକ୍ଟିସ ପାଇଁ ପଡ଼ିଆକୁ ଆସିବ ବୋଲି ଜଣାପଡ଼ିଛି ।

ପ୍ରାକ୍ଟିସ ପରେ ଦୁଇଟି ଦଳ ଦିନିକିଆ ମ୍ୟାଚକୁ ନେଇ ପ୍ରେସ୍‌ କନଫ୍ରେନ୍ସ କରିବାର କାର୍ଯ୍ୟକ୍ରମ ଅଛି  । ସେପଟେ ଭାରତୀୟ ଟିମର ପ୍ଲେୟର୍ସଙ୍କୁ ଦେଖିବା ଓ ସେମାନଙ୍କର ଅଭ୍ୟାସ ଦେଖିବା ପାଇଁ ଦର୍ଶକଙ୍କ ଗହଳି ଷ୍ଟାଡିୟମରେ ଦେଖିବାକୁ ମିଳିଛି । ଏନେଇ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

Leave a Reply