ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି । ଦଳକୁ ଫେରିଲେ ଶ୍ରେୟସ ଆୟର, ରିଷଭ ପନ୍ତ । ବିରାଟ ଏବଂ ରୋହିତ ୧୫ ଜଣିଆ ଦଳରେ କାୟମ ରହିଛନ୍ତି । ଶୁବମନ ଗିଲ ଅଧିନାୟକ, ଶ୍ରେୟସ ଉପଅଧିନାୟକ ପଦ ସମ୍ଭାଳିବେ । ଜାନୁଆରୀ ୧୧ରୁ ବରୋଦାରେ ଖେଳାଯିବ ପ୍ରଥମ ମ୍ୟାଚ । ଜାନୁଆରୀ ୧୪ରେ ରାଜକୋଟ ଏବଂ ଜାନୁଆରୀ ୧୮ରେ ଇନ୍ଦୋରରେ ମ୍ୟାଚ୍ ଖେଳାଯିବ ।
ସବୁଠାରୁ ବଡ଼ କଥା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ କିଛି ଖେଳାଳି ବାଦ୍ ପଡ଼ିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ମାରିଥିବା ଋତୁରାଜ ଗାଏକ୍ବାଡଙ୍କୁ ବାଦ୍ ଦିଆଯାଇଛି । ସେହିପରି ମହମ୍ମଦ ଶାମି ମଧ୍ୟ ସ୍ଥାନ ପାଇ ନାହାନ୍ତି ।
ଭାରତୀୟ ଟିମ୍: ଶୁବମନ ଗିଲ୍ (ଅଧିନାୟକ), ଶ୍ରେୟସ ଆୟର (ଉପ ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ରିଷଭ ପନ୍ତ, ନୀତିଶ ରେଡ୍ଡୀ, ଅର୍ଶଦୀପ ସିଂ, ଯଶସ୍ବୀ ଜୟସ୍ବାଲ୍ ।

