spot_img

Latest Posts

ବିଶ୍ୱକପ ପାଇଁ ଦଳ ଘୋଷଣା କଲା ବିସିସିଆଇ, ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ମିତାଲି

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ ପାଇଁ ବିସିସିଆଇ ଦଳ ଘୋଷଣା କରିଛି । ଭାରତୀୟ କ୍ରିକେଟ ବୋର୍ଡ ଗୁରୁବାର ୧୫ ଜଣିଆ ଦଳ ଘୋଷଣା କରିଛି । ମିତାଲି ରାଜଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଖେଳିବ ଚଳିତ ବିଶ୍ୱକପ । ମିତାଲି ରାଜଙ୍କ ବ୍ୟତୀତ ଝୁଲଣ ଗୋସ୍ୱାମୀ, ହରମନପ୍ରୀତ କୌରଙ୍କ ପରି ଖେଳାଳି ଏହି ଟିମରେ ସାମିଲ ଅଛନ୍ତି । ତେବେ ଏହି ବିଶ୍ୱକପ ଅଧିନାୟକ ମିତାଲି ରାଜ ଓ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ପାଇଁ ଶେଷ ବିଶ୍ୱକପ । ତେଣୁ ଏହି ବିଶ୍ୱକପକୁ ଜିତାଇ ନିଜର ସୁବର୍ଣ୍ଣ ଯାତ୍ରାକୁ ଶେଷ କରିବାକୁ ଚେଷ୍ଟା କରିବେ ମିତାଲି ରାଜ ଏବଂ ଝୁଲଣ ଗୋସ୍ୱାମୀ ।

ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧ ଫେବ୍ରୁଆରୀରୁ ୫ ଟିକିଆ ଦିନିକିଆ ସିରିଜ ଖେଳିବ । ତେବେ ଭାରତ, ପାକିସ୍ତାନ ବିପକ୍ଷରେ ମାର୍ଚ୍ଚ ୬ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ୨୦୨୨ରେ ହେବାକୁ ଥିବା ମହିଳା ବିଶ୍ୱକପରେ ମୋଟ ୮ଟି ଦେଶ ଭାଗ ନେବେ । ଏହି ବିଶ୍ୱକପରେ ଫାଇନାଲ ସମେତ ମୋଟ ୩୧ ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ଟିମ୍ ସମସ୍ତ ଟିମ୍ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଟପ୍-୪ରେ ରହିଥିବା ଦଳ ସେମିଫାଇନାଲକୁ ଯିବେ ।

ବିଶ୍ୱକପ ପାଇ ଚୟନ ହୋଇଥିବା ଦଳ:

ମିତାଲି ରାଜ (ଅଧିନାୟକ), ହରମନପ୍ରୀତ କୌର(ଉପ ଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ୟାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ(ୱିକେଟ କିପର), ସ୍ନେହା ରାଣା, ଝୁଲଣ ଗୋସ୍ୱାମୀ, ପୂଜା ଭାସ୍ତରକର, ମେଘନା ସିଂହ, ରେଣୁକା ସିଂହ ଠାକୁର, ତାନିୟା ଭାଟିଆ( ୱିକେଟ କିପର), ରାଜେଶ୍ୱରୀ ଗାଏକ୍ୱାଡ ଓ ପୁନମ ଯାଦବ

ଷ୍ଟାଣ୍ଡବାଇ ଖେଳାଳି: ଏସ୍‌ ମେଘନା, ଏକତା ବିଷ୍ଟ, ସିମରନ ଦିଲ ବାହାଦୂର

Latest Posts

Don't Miss