ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା
1 min readନୂଆଦିଲ୍ଲୀ: ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଜି ମୁମ୍ୱାଇରେ ଆୟୋଜିତ ଏକ ପ୍ରେସମିଟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳ ଘୋଷଣା ହୋଇଛି। ୧୫ ଜଣିଆ ଟିମ୍ ଘୋଷିତ ହୋଇଛି । ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୋଇଥିବା ବେଳେ ଉପଅଧିନାୟକ ହୋଇଛନ୍ତି ଶୁବମନ ଗିଲ । ଚାମ୍ପିୟନ୍ସ ଟ୍ରଫିରେ ୮ଟି ଟିମଙ୍କ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯିବ । ସମସ୍ତ ଟିମଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଏଥିହିତ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟ ଗ୍ରୁପ-ଏ’ରେ ସ୍ଥାନ ପାଇଛନ୍ତି । ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରଲିଆା, ଆଫଗାନିସ୍ତାନ ଓ ଇଂଲଣ୍ଡକୁ ରଖାଯାଇଛି । ସମସ୍ତ ୮ଟି ଟିମ ନିଜ ନିଜ ଗ୍ରୁପର ୩-୩ଟି ମୁକାବିଲା ଖେଳିବେ । ଏହାପରେ ଗ୍ରୁପର ଟପ-୨ ଟିମ ସେମିଫାଇନାଲ ଖେଳିବାକୁ କ୍ବାଲିଫାଏ କରିବେ ।
ପ୍ରଥମ ସେମିଫାଇନାଲ ଦୁବାଇରେ ଓ ଦ୍ବିତୀୟ ସେମି ଲାହୋରରେ ଅନୁଷ୍ଠିତ ହେବ । ଏହାପରେ ଫାଇନାଲ ମ୍ୟାଚ ଖେଳାଯିବ । ଯଦି କୌଣସି ଟିମ ଫାଇନାଲରେ ପହଞ୍ଚେ, ତେବେ ସେ ମୋଟ ୫ଟି ମ୍ୟାଚ ଖେଳିବ । ସମସ୍ତ ୧୫ଟି ମୁକାବିଲା ୪ଟି ଭେନ୍ୟୁରେ ଖେଳାଯିବ । ଅନ୍ୟ ଏକ ଭେନ୍ୟୁ ଦୁବାଇ ରଖାଯାଇଛି । ଭାରତୀୟ ଟିମ ନିଜର ସମସ୍ତ ମୁକାବିଲା ଦୁବାଇରେ ଖେଳିବ । ଯଦି ଭାରତୀୟ ଟିମ କ୍ବାଲିଫାଏ କରେ, ତେବେ ଫାଇନାଲ ମଧ୍ୟ ଦୁବାଇରେ ହେବ । ସେମିଫାଇନାଲ ସମେତ ୧୦ଟି ମୁକାବିଲା ପାକିସ୍ତାନର ୩ଟି ଭେନ୍ୟୁ ଲାହୋର, କରାଚୀ ଓ ରାଓ୍ବଲପିଣ୍ଡିରେ ଖୋଯିବ । ଫେବୃଆରୀ ୧୯ରୁ ମୁକାବିଲା ଆରମ୍ଭ ହୋଇ ମାର୍ଚ୍ଚ ୯ରେ ସରିବ । ମାର୍ଚ୍ଚ ୧୦ ରିଜର୍ଭ ଡେ ରଖାଯାଇଛି ।
ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହଲ (ଓ୍ବିକେଟ କିପର), ଋଷଭ ପନ୍ତ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ବୀ ଜୟସ୍ବାଲ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମୀ, ଅର୍ଶଦୀପ ସିଂହ, ଓ୍ବାଶିଂଟନ ସୁନ୍ଦର ।