ଇଂଲଣ୍ଡରେ ଭାରତ ରଚିଲା ଇତିହାସ, ପୂର୍ବରୁ କେବେ…

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଖେଳୁଛି ଭାରତ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ଭଲ ସ୍ଥିତିରେ ରହିଛି ଭାରତ । ଅନ୍ତିମ ଦିନରେ ଭାରତକୁ ଜିତିବା ପାଇଁ ୭ ଓ୍ବିକେଟ ଆବଶ୍ୟକ ରହିଛି । ସେପଟେ ଇଂଲଣ୍ଡ ୫୩୬ ରନ ଆବଶ୍ୟକ ରହିଛି । ଭାରତ ଏହି ମ୍ୟାଚ ଜିତିବା ପୂର୍ବରୁ ଏକ ବଡ଼ ରେକର୍ଡ କରିଛି । ଭାରତ ଗୋଟିଏ ଟେଷ୍ଟର ୨ଟି ପାଳିରେ ୧୦୦୦ ଉପରେ ସ୍କୋର କରିଛି । ୫୮ ବର୍ଷ ପରେ ଭାରତ ଏହି ରେକର୍ଡ ଭାଙ୍ଗିଛି । ଭାରତ ପ୍ରଥମ ପାଳିରେ ୫୮୭ ରନ କରିଥିବାବେଳେ ଦ୍ବିତୀୟ ପାଳିରେ ୪୨୭ ରନ କରି ଘୋଷଣା କରିଥିଲା । ଦୁଇଟି ପାଳିରେ ଭାରତ ୧୦୧୪ ରନ୍ କରିଛି । ପୂର୍ବରୁ ଭାରତର ଦୁଇଟି ପାଳିରେ ସର୍ବାଧିକ ସ୍କୋର ରହିଥିଲା ୯୧୬ । ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସ୍କୋର କରିବାରେ ସକ୍ଷମ ହୋଇଥିଲା ଟିମ୍ ଇଣ୍ଡିଆ । ଏବେ ୧୦୦୦ ରନ ଉପରେ ଅତିକ୍ରମ କରି ୬ ଷଷ୍ଠ ସର୍ବାଧିକ ସ୍କୋର କରିଥିବା ଦଳ ଭାବେ ଉଭା ହୋଇଛି । ଶୁଭମନ ଗିଲ ଦୁଇଟି ଯାବ ପାଳିରେ ଦମଦାର ପ୍ରଦର୍ଶନ କରି ନୂଆ ରେକର୍ଡ ଅର୍ଜନ କରିଛନ୍ତି । ପ୍ରଥମ ପାଳିରେ ଦ୍ବିଶତକ ଅର୍ଜନ କରିଥିବାବେଳେ ଦ୍ବିତୀୟ ପାଳିରେ ଶତକ ହାସଲ କରିଥିଲେ ।