spot_img

Latest Posts

T20WC: ଖେଳାଳିଙ୍କ ସହ ‘ମେଣ୍ଟର’ ଧୋନିଙ୍କ ଅଭ୍ୟାସ, ବିରାଟ-ପନ୍ଥଙ୍କ ସହ ଚର୍ଚ୍ଚା: Photos

ନୂଆଦିଲ୍ଲୀ: ଟି -20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ପୁରା ପ୍ରସ୍ତୁତ। ଟି-୨୦ ବିଶ୍ୱକପ୍‌ରେ ପ୍ରଥମେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ସୋମବାର ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଦଳ ଏହା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲା।

ତେବେ ଟି-୨୦ ବିଶ୍ୱକପ୍‌ର ଟାଇଟଲକୁ ହାତେଇବା ପାଇଁ ଚାଲିଛି ଯୋଜଦାର ଅଭ୍ୟାସ। ଟିମ୍ ଇଣ୍ଡିଆର ମେଣ୍ଟର ଭାବରେ ମହେନ୍ଦ୍ର ସିଂ ଧୋନି ମଧ୍ୟ ଏହି ସମୟରେ ଅଧିନାୟକ ବିରାଟ କୋହଲି ଏବଂ ଅନ୍ୟ ସାଥୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

 

 

ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚ୍‌ରେ ବିଭିନ୍ନ ଖେଳାଳିଙ୍କ ସହ ସମୟ ଅତିବାହିତ କରିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସହ ଏମଏସ ଧୋନି ରଣକୌଶଳ ପ୍ରସ୍ତୁତ କରୁଥିବାର ନଜର ଆସିଥିଲେ।

ମେଣ୍ଟର ଏମଏସ ଧୋନି ଟିମ୍ ଇଣ୍ଡିଆର ଯୁବ ଖେଳାଳିଙ୍କ ସହ ଅଧିକ ସମୟ ଅତିବାହିତ କରିଥିଲେ। ଯେଉଁଥିରେ  ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜସପ୍ରୀତ ବୁମ୍ରା ଏବଂ ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବା ଚିତ୍ର ସାମ୍ନାକୁ ଆସିଛି।

Latest Posts

Don't Miss