ଟି-୨୦ ବିଶ୍ବକପ ବିଜୟ ପାଇଁ କ’ଣ ରହିବ ଟିମ ଇଣ୍ଡିଆରେ ପ୍ଲାନ?

1 min read

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପରୁ ଭାରତ ହାତରୁ ଯିବା ପରେ ଟି-୨୦ ବିଶ୍ବକପ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ୨୦୨୪ରେ ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାବେଳେ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ମେନ ଇନ ବ୍ଲୁ । ଦଳ ଦୀର୍ଘବର୍ଷ ଧରି ଆଇସିସି ର୍ୟାଙ୍କିଙ୍ଗରେ ଉପରେ ରହୁଥିଲେ ସୁଦ୍ଧା ଟ୍ରଫି ହାତେଇ ପାରିନାହିଁ । ଏବେ ଟି-୨୦ ବିଶ୍ବକପ କିଭରି ଜିତିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଭାରତୀୟ ଦଳର ଯୁବ ଖେଳାଳିମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ସ୍ଥାନ ମିଳିବ ଏବଂ କାହା ନେତୃତ୍ବରେ ଦଳ ଖେଳିବ ତାହା ଏକ ବଡ଼ ବିଷୟ । ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଅଧିକାଂଶ ମ୍ୟାଚରେ ଅଧିନାୟକଭାବେ ଦାୟିତ୍ବ ନେଇଥିବାବେଳେ ସେ ଏବେ ଆହତ ଅଛନ୍ତି । ଏବଂ ସୂର୍ଯ୍ୟ କୁମାରଙ୍କ ଯାଦବଙ୍କ ଅଧିନାୟକତ୍ବରେ ଦଳ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ-୨୦ ସିରିଜ ଖେଳୁଛି ।

ରୋହିତ ଶର୍ମ ଟିମ ଇଣ୍ଡିଆର ତିନୋଟିଯାକ ଫର୍ମାଟରେ ଅଧିନାୟକଭାର ସମ୍ଭାଳୁଥିବାବେଳେ ଟି-୨୦ ବିଶ୍ବକପରେ ସେ ଦାୟିତବ ସମ୍ଭାଳିବେ କିମ୍ବା ବିକଳ୍ପ ଦେଖାଯିବ ତାହା ଚର୍ଚ୍ଚାର ବିଷୟ । ବିରାଟ କୋହଲି ନିଜର ଶେଷ ଟି-୨୦ ୨୦୨୨ ମସିହାରେ ଖେଳିଥିଲେ । ଯଦି ସେ ଦଳରେ ସାମିଲ ହେବେ ତାହେଲେ ଯୁବ ଖେଳାଳିଙ୍କୁ ବାଦ ଦେବାକୁ ପଡ଼ିବ । ତଥାପି କୋହଲିଙ୍କ ଟି-୨୦ ରେକର୍ଡ ଭଲ ରହିଛି । ଅନ୍ୟପଟେ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆ ପକ୍ଷରୁ କିଏ ଓପନିଂ କରିବ? ଏବେ ଦଳରେ ଓପନିଂ ବିକଳ୍ପ ରହିଥିବାବେଳେ ରୋହିତଙ୍କ ସହ ଗିଲ, ଋତୁରାଜ ଗାଏକ୍ବାଡ, ଜୟସ୍ବାଲ ଏବଂ ଇଶାନ କିଶାନଙ୍କ ଭଳି ଖେଳାଳି ବିକଳ୍ପ ରହିଛନ୍ତି । ଏଣୁ ଦଳରେ କାହାକୁ ସ୍ଥାନ ମିଳିବ ଏବଂ କିଏ ଓପନିଂ କରିବା ତାହା ବାଛିବା କାଠିକର ପାଠ ।

ବୋଲିଂ ଉପରେ ଯଦି ନଜର ପକାଇବା ତାହେଲେ ଦଳରେ ବହୁ ସ୍ପିନର ଏବେ ଦମଦାର ଫର୍ମରେ ରହିଛନ୍ତି । ରବି ବିଷ୍ଣୋଇ ଚମତ୍କାର ବୋଲିଂ କରୁଥିବାବେଳେ ସେ ଦଳରେ ସ୍ଥାନ ପାଇବା ପାଇଁ ଦାବିଦାର ରହିବେ । ସେପଟେ ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ଅଶ୍ବିନୀ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରୁ କିଏ ବାଦ ପଡ଼ିବେ ଏବଂ କିଏ ସ୍ଥାନ ପାଇବେ । କେବଳ ସ୍ପିନ ନୁହେଁ ପେସର ବୋଲର ଏବଂ ବ୍ୟାଟିଂରେ ଟିମ ବାଛିବା କଷ୍ଟକର ହେବ । ଚୟନକର୍ତ୍ତା ଏବଂ କୋଚଙ୍କ ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ଯୁବ ଖେଳାଳିଙ୍କୁ ଅଣଦେଖା କରାଯିବ ନାଁ ଭରସା କରାଯିବ ତାହା ବଡ଼ କଥା ।