ବର୍ଷ ୨୦୨୪, ଟିମ ଇଣ୍ଡିଆ ପାଇଁ କେତେ ଲାଭ ଦାୟକ ?
1 min readନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ସରିବାକୁ ଯାଉଛି ବର୍ଷ ୨୦୨୪ । ବର୍ଷ ୨୦୨୫କୁ ସ୍ବାଗତ କରିବାକୁ ସବୁଠି ବ୍ୟାପକ ପ୍ରସ୍ତୁତି । ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ଦଳ ସେଠାରେ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ । ତେବେ ବର୍ଷର ଶେଷ ମ୍ୟାଚରେ ପରାଜୟର ସାମନା କରିଛି ଭାରତ । ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ହାରିଛି ଭାରତ । ଏହି ମ୍ୟାଚ ହାରିବା ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ କଷ୍ଟସାଧ୍ୟ ହୋଇଛି । ଶେଷ ମ୍ୟାଚକୁ ଅପେକ୍ଷା ରହିଥିବାବେଳେ ଚଳିତ ବର୍ଷର ପ୍ରଦର୍ଶନ ଯଦି କହିବା ତାହେଲେ ଉତଥାନ ପତନ ରହିଛି ।
ଚଳିତ ବର୍ଷ ଭାରତ ଟି-୨୦ ବିଶ୍ବକପ ଜିତିଥିଲେ ସୁଦ୍ଧା ଦିନିକିଆ ଏବଂ ଟେଷ୍ଟରେ ପ୍ରଦର୍ଶନ ସେତେଟା ଭଲ ନାହିଁ । ବାଲାଂଦେଶ ବିପକ୍ଷ ସିରିଜରେ ଭାରତ ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ବରଣ କରିଥିଲା । ୧୨ ବର୍ଷ ପରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ ସିରିଜ ହାରିଥିଲା ଭାରତ । ଏହାପରେ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ରହିଥିବାବେଳେ ୨-୧ରେ ପଛୁଆ ରହିଛି । ଅନ୍ତିମ ମ୍ୟାଚରେ ଯଦି ଭାରତ ଜିତେ ତାହେଲେ ସିରିଜ ବରାବର ହେବ । ଘରୋଇ ମାଟି ଆକ୍ରମଣାତ୍ମ ଢ଼ଙ୍ଗରେ ଖେଳୁଥିବା ଅଷ୍ଟ୍ରେଲିଆକୁ ସାମନା କରିବାରେ ଭାରତ ଅସୁବିଧାର ସମ୍ମୁଖୀନ ହେଉଛି । ତେବେ ଚଳିତ ବର୍ଷର ଖେଳ କଥା ଯଦି କହିବା ତାହେଲେ ଭାରତ ପାଇଁ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବନାହିଁ । ଟେଷ୍ଟ ମ୍ୟାଚ କଥା ଯଦି କହିବା ତାହେଲେ ଚଳିତ ବର୍ଷ ଦଳ ୬ଟି ଇନିଂସରେ ୧୬୦ ରନରୁ କମ ସ୍କୋର କରିଛି । ଏହା କେବଳ ୧୯୫୨ ଏବଂ ୧୯୫୯ କ୍ୟାଲେଣ୍ଡର ବର୍ଷରେ ଦେଖିବାକୁ ମିଳିଥିଲା ।