spot_img

Latest Posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମ

ନନ୍ଦିଘୋଷ ବ୍ୟୁରୋ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ । ଟି-ଟ୍ବେଣ୍ଟି ବିଶ୍ବକପ ଜିତିବା ପରେ ଭାରତୀୟ ଖେଳାଳୀ ସ୍ବଦେଶ ଫେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଆଜି ସକାଳେ ଦିଲ୍ଲୀରେ ପହଞ୍ଚିବାପରେ ସେଠାରେ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା । ହୋଟେଲରେ କିଛି ସମୟ ବିଶ୍ରାମ ପରେ ଖେଳାଳିମାନେ ମଧ୍ଯାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରରେ କ୍ଯାପଟେନ ରୋହିତ ଶର୍ମା ଏବଂ ମୁଖ୍ଯ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଭାରତୀୟ ଟିମ ମୁମ୍ବାଇ ଅଭିମୁଖେ ବାହାରିଯାଇଛନ୍ତି । ମୁମ୍ବାଇରେ ପହଞ୍ଚିବା ପରେ ଅପରାହ୍ନ ୫ଟାରୁ ଟିମ୍ ଇଣ୍ଡିଆର ଭିକଟ୍ରି ପରେଡ୍ ବା ବିଜୟ ଉତ୍ସବ ପାଳନ ହେବ ।

ମୁମ୍ବାଇ ବିମାନ ବନ୍ଦରରୁ ମରିନ ଡ୍ରାଇଭ ଦେଇ ୱାଙ୍ଖଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ଭିକ୍ଟ୍ରି ରାଲି ହେବ । ଏବଂ ୱାଙ୍ଖଡ଼େ ଷ୍ଟାଡିୟମରେ ଗ୍ରାଣ୍ଡ ସେଲିବ୍ରେସନ ପାଳନ କରାଯିବ । ଏଥିରେ ଯୋଗ ଦେବାକୁ ସବୁ ଫ୍ଯାନଙ୍କୁ ଆହ୍ବାନ ଦେଇଛନ୍ତି ନିଜେ କ୍ଯାପଟେନ ରୋହିତ ଶର୍ମା। ଏହି ଖୁସିର ମୁହୂର୍ତ୍ତ ସବୁ ଫ୍ଯାନଙ୍କ ସହିତ ସେଲିବ୍ରେସନ କରିବାକୁ ଚାହୁଁଥିବା କହିଛନ୍ତି ଟିମ୍ ଇଣ୍ଡିଆ କ୍ଯାପଟେନ। ଗତ ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲର ଟିମ୍ ଇଣ୍ଡିଆ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବବିଜୟୀ ହୋଇଥିଲା । ତେବେ ୱେଷ୍ଟଇଣ୍ଡିଜରେ ଘୂର୍ଣ୍ଣିଝଡ଼ର ତାଣ୍ଡବଲୀଳା ପାଇଁ ସେଠାରୁ ସ୍ବଦେଶ ଫେରି ପାରିନଥିଲେ ଟିମ୍ ଇଣ୍ଡିଆର ସଦସ୍ଯ । ୩ ଦିନ ପରେ ସ୍ଥିତି ସ୍ବାଭାବିକ ହେବାରୁ ଭାରତରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟ କ୍ରିକେଟରଙ୍କୁ ଆଣିବାକୁ ବାର୍ବାଡୋସ୍ ଯାଇଥିଲା। ଗତକାଲି ସ୍ବତନ୍ତ୍ର ବିମାନରେ ସେଠାରୁ ଯାତ୍ରା ଆରମ୍ଭ କରି ଆଜି ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି ।

Latest Posts

Don't Miss