BCCI ନେଲା ବଡ଼ ପଦକ୍ଷେପ, ୨ କୋଚ ଦଳରୁ ବିଦା
1 min read
ନନ୍ଦିଘୋଷ ବ୍ୟୁରୋ: BCCI ନେଲା ବଡ଼ ପଦକ୍ଷେପ । ଗୌତମ ଗମ୍ଭୀରଙ୍କ ଘନିଷ୍ଠ ସହଯୋଗୀ ଏବଂ ଭାରତୀୟ କ୍ରିକେଟ ଦଳର ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ହଟାଇ ଦିଆଯାଇଛି । ଚଳିତବର୍ଷ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର ଗାଭାଷ୍କର ଟ୍ରଫି ସମୟରେ ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମରୁ ଲିକ୍ ହୋଇଥିବା ବିଷୟକୁ ଧ୍ୟାନରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ଅଭିଷେକ ନାୟାରଙ୍କ ବ୍ୟତିତ ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲ୍ଲୀପ ଏବଂ ପ୍ରଶିକ୍ଷକ ସୋହମ ଦେଶାଇଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି । ରିପୋର୍ଟ ଅନୁସାରେ ଦୁହେଁ ୩ ବର୍ଷରୁ ଅଧିକ ସମୟ ଧରି ଦଳ ସହ ଜଡିତ ଥିଲେ । ତେଣୁ ନିୟମ ଅନୁସାରେ ସେମାନଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯିବ ।
ତେବେ ଅଭିଷେକ ନାୟାର ଏବଂ ଦିଲ୍ଲୀପଙ୍କ ସ୍ଥାନରେ ଅନ୍ୟ କାହାକୁ ଅଣାଯିବ ନାହିଁ । କାରଣ ସିତାଂଶୁ କୋଟକ ପୂର୍ବରୁ ବ୍ୟାଟିଂ କୋଚ ଭାବେ ଦଳ ସହ ଅଛନ୍ତି । ତେବେ ସୋହମ ଦେଶାଇଙ୍କ ବଦଳରେ ଜଣେ ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇପାରେ । ଆଡ୍ରିଆନ୍ ଲେ ରକ୍ସ ତାଙ୍କ ସ୍ଥାନ ନେଇ ପାରନ୍ତି । ବର୍ତ୍ତମାନ ସେ ଏବେ ଆଇପିଏଲର ପଞ୍ଜାବ କିଙ୍ଗସ ସହିତ ଜଡିତ ଅଛନ୍ତି । ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଅନୁଷ୍ଠାନିକ ଘୋଷଣା କରାଯାଇନାହିଁ ।