spot_img

Latest Posts

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରିଛି ବିସିସିଆଇ । ପ୍ରଥମ ଦୁଇଟି ମ୍ୟାଚରୁ ବିରାଟ କୋହଲି ଏବଂ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି । ଦଳର କମାନ କେଏଲ ରାହୁଲଙ୍କ ହାତରେ ରହିବ । ଦୀର୍ଘଦିନ ପରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆର୍ ଅଶ୍ୱିନ ।  ତୃତୀୟ ଦିନିକିଆ ପାଇଁ ଅବଶ୍ୟ ରୋହିତ ଶର୍ମା, ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ବିଶ୍ୱକପ୍ ପୂର୍ବରୁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱକପ୍ ଆଗକୁ ଥିବାରୁ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରୁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବା ନେଇ ବିସିସିଆଇ ନିଷ୍ପତ୍ତି କରିଛି ।

ଏଥିସହିତ ଏହି କଥା ମଧ୍ୟ ସାମ୍ନାକୁ ଆସୁଛି ଯେ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ହୋଇପାରେ । ଅକ୍ଷର ପଟେଲ ଆହତ ଥିବା କାରଣରୁ ସିଲେକ୍ଟର୍ସଙ୍କୁ ରିପ୍ଲେସମେଣ୍ଟ ଉପରେ ବିରାଚ କରିବାକୁ ପଡ଼ୁଛି । ଆର୍ ଅଶ୍ୱିନ ଏବଂ ୱାଶିଂଟନ ସୁନ୍ଦରଙ୍କୁ ବିକଳ୍ପ ରୂପରେ ଦେଖାଯାଇଛି । ଏଥିପାଇଁ ଏହି ଦୁଇ ଖେଳାଳିଙ୍କୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି । ଆଶା କରାଯାଉଛି ଯେ ଆର୍ ଅଶ୍ୱିନ ଏବଂ ସୁ୍ନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ୱକପ ଟିକେଟ ମିଳିପାରେ ।

ଏହା ବ୍ୟତୀତ ସିଲେକ୍ଟର୍ସ ଋତୁରାଜ ଗାୟକ୍ୱାଡଙ୍କୁ ପ୍ରଥମ ଦୁଇଟି ଦିନିକିଆ ପାଇଁ ଦଳରେ ସାମିଲ କରିଛନ୍ତି । ତିଲକ ବର୍ମା ଏବଂ ପ୍ରସିଦ୍ଧ କ୍ରୀଷ୍ଣା ମଧ୍ୟ ପ୍ରଥମ ଦୁଇଟି ଦିନିକିଆ ପାଇଁ ଦଳରେ ସାମିଲ ଅଛନ୍ତି । ସେହିପରି ସଞ୍ଜୁ ସାମସନଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ହୋଇଯାଇଛି । ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବାର ଅଛି । ପ୍ରଥମ ଦିନିକିଆ ୨୨ ସେପ୍ଟେମ୍ବରରେ ଖେଳାଯିବ । ସେହିପରି ଦ୍ୱିତୀୟ ଦିନିକିଆ ୨୪ ସେପ୍ଟେମ୍ବର ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ୨୭ ସେପ୍ଟେମ୍ବରରେ ଖେଳାଯିବ ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଟିମ୍: କେଏଲ୍ ରାହୁଲ (ଅଧିନାୟକ), ଶୁବମନ ଗିଲ, ଋତୁରାଜ ଗାୟକ୍ୱାଡ, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଜସପ୍ରୀତ ବୁମରାହ, ତିଲକ ବର୍ମା, ପ୍ରସିଦ୍ଧ କ୍ରୀଷ୍ଣା, ଆର୍ ଅଶ୍ୱିନ, ୱାଶିଂଟନ ସୁନ୍ଦର ।

ତୃତୀୟ ଦିନିକିଆ ପାଇଁ ଟିମ୍: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମୀ, ଜସପ୍ରୀତ ବୁମରାହ, କୁଲଦୀପ ଯାଦବ, ଆର୍ ଅଶ୍ୱିନ, ୱାଶିଂଟନ ସୁନ୍ଦର ।

Latest Posts

Don't Miss