ପୁଣି ଜିତିଲା ଭାରତ, ଅର୍ଦ୍ଧଶତକୀୟ ପାଳି ଖେଳିଲେ କୋହଲି-ରୋହିତ-ସୂର୍ଯ୍ୟକୁମାର

ସିଡନୀ: ଭାରତ ଉଡାଇଲା ବିଜୟ ଧ୍ୱଜା । ଜାରି ରଖିଲା ବିଜୟ ଅଭିଯାନ । ବଡ଼ ବ୍ୟବଧାନରେ ଜିତିଲା ଭାରତ । ବିଜୟ ରାସ୍ତାର ପିଛା କରି ୧୨୩ ରନରେ ଅଟକିଗଲା ପ୍ରତିଦ୍ୱନ୍ଦୀ ନେଦରଲ୍ୟାଣ୍ଡ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ୍ କରିଥିଲା । ଦ୍ୱିତୀୟ ଇଂନିସରେ ନେଦରଲ୍ୟାଣ୍ଡ ୨୦ ଓଭରରେ ୧୨୩ ରନ୍ କରିଥିବାବେଳେ ୫୬ରନରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।

ପ୍ରଥମେ ବ୍ୟାଟି କରି ନେଦରଲ୍ୟାଣ୍ଡସକୁ ଭାରତ ଦେଇଥିଲା ୧୮୦ରନର ଟାର୍ଗେଟ । ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଦଶତକୀୟ ପାଳି ଦଳକୁ ଆଗକୁ ନେବାରେ ସହାୟକ ହୋଇଥିଲା । ପ୍ରଥମେ ୫୩ ରନ କରି ପାଭିଲିନୟ ଫେରିଥିଲେ ରୋହିତ ଶର୍ମା । ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଲେ କୋହଲି ଓ ସୂର୍ଯ୍ୟକୁମାର ଯାଦବ ।

କୋହଲି ୬୨ ରନ୍ କରିଥିବାବେଳେ ଓ ସୂର୍ଯ୍ୟକୁମାର ଯାଦବ ସଂଗ୍ରହ କରିଥିଲେ ୫୧ ରନ୍ । ଭାରତ ପ୍ରଥମ ଇଂନିସରେ ନିର୍ଦ୍ଧାରିତ ୨୦ ଓଭରରେ ୨ଓ୍ବିକେଟ ହରାଇ ୧୭୯ରନ କରିଥିଲା । ନେଦରଲ୍ୟାଣ୍ଡ ପକ୍ଷରୁ ଫ୍ରିଙ୍ଗଲି ସର୍ବାଧିକ ୨୦ ରନ୍ କରିଛନ୍ତି । ଦଳ ବିଜୟ ସାମ୍ନା କରି ୨୦ ଓଭର ସୁଦ୍ଧା ୯ ୱିକେଟ ବିନିମୟରେ ୧୨୩ ରନ୍ ହାସଲ କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ ହାସଲ କରିଥିବାବେଳେ, ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡକୁ ହରାଇଛି ମେନ୍ ଇନ୍ ବ୍ଲୟୁ ।