spot_img

Latest Posts

ମନମୋହୁଛି ଶିକ୍ଷୟତ୍ରୀଙ୍କ ସୁନ୍ଦର କଳାକୃତି

ଜଗତସିଂହପୁର: ଶିକ୍ଷୟତ୍ରୀ ହେଲେ ମଧ୍ୟ ଛୋଟ ବେଳୁ ଚିତ୍ର ଆଙ୍କିବାର ଥିଲା ନିଶା । ସୁନ୍ଦର ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି ଜଗତସିଂହପୁରରସ୍ନିଗ୍ଧା ସ୍ୱୟଂ ପ୍ରଭା ଦାଶ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଓ ଅଦରକାରୀ ସାମଗ୍ରୀକୁ ସଂଗ୍ରହ କରି ସେ ତିଆରି କରୁଛନ୍ତି ସୁନ୍ଦର ଘରସଜା ଜିନିଷ । ବିଭିନ୍ନ ମହଲରୁ ମିଳୁଛି ପ୍ରଶଂସା ।

ସୁନ୍ଦର କଳାକୃତି ଅନନ୍ୟ ପ୍ରତିଭା । ଆକର୍ଷଣୀୟ ଚିତ୍ରକଳା କରି ଚର୍ଚ୍ଚାରେ ଜଗତସିଂହପୁର ଯଶୋବନ୍ତପୁରର ସ୍ନିଗ୍ଧା ସ୍ୱୟଂ ପ୍ରଭା ଦାଶ। ପିଲାଦିନୁ ଚିତ୍ର ଆଙ୍କିବା ପ୍ରତି ଥିଲା ସ୍ନିଗ୍ଧାଙ୍କ ଦୁର୍ବଳତା । ଆଜି ଉତ୍ସାହ ଏବଂ ଅଭ୍ୟାସ ବଳରେ ସେ ସୁନ୍ଦର ଚିତ୍ର କରିପାରୁଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ସହ ଗଣେଷଙ୍କର ଚିତ୍ର ବେଶ ମନୋରମ । ଆଖପାଖ ଅଞ୍ଚଳର ଲୋକେ ସ୍ନିଗ୍ଧାଙ୍କ ଏଭଳି ପ୍ରତିଭାକୁ ବେଶ ପ୍ରଶଂସା କରିଛନ୍ତି । ଖାଲି ସେତିକି ନୁହେଁ ଡାଲି, ସୋରିଷ, ଜିରାରେ ମଧ୍ୟ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସ୍ନିଗ୍ଧା।

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ପାଇଁ ବଡ଼ ସମସ୍ୟା ହୋଇଥିବା ବେଳେ ସ୍ନିଗ୍ଧା ସେସବୁରୁ ମଧ୍ୟ ସୁନ୍ଦର ଘରସଜା ଜିନିଷ ତିଆରି କରିପାରୁଛନ୍ତି । ବଟଲ ଆର୍ଟ ସହ ଫୁଲଦାନି ଏବଂ ବିଭିନ୍ନ ଫଟୋ ଫ୍ରେମ । ଏମିତି ଭଳିକି ଭଳି ଚିତ୍ର । ତାଙ୍କ ଚିତ୍ରରୁ ପରିବେଶ ସଂରକ୍ଷଣ ଓ ସଚେତନତାର ବାର୍ତ୍ତା ମିଳୁଛି । ପରିବେଶ ଅନୁକୂଳ ତାଙ୍କ ଚିତ୍ର । ଆକର୍ଷଣୀୟ ଚିତ୍ର ପାଇଁ ସେ ବେଶ୍ ପ୍ରଶଂସିତ ।

Latest Posts

Don't Miss