ସୋସିଆଲ ମିଡିଆରେ ସ୍ତ୍ରୀ ପାଇଁ ପ୍ରଚାର କରି ସାର ନିଲମ୍ବିତ

ବଲାଙ୍ଗୀର: ସ୍ତ୍ରୀଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରି ବଲାଙ୍ଗୀର ସରକାରୀ ଶିକ୍ଷକ ନିଲମ୍ବିତ । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଇଁତଳା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଲ୍ ରାଣା  । ପୁଇଁନ୍ତଳା ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ତରଣୀସେନ ଜଣେ ସରକାରୀ କର୍ମଚାରୀ ହୋଇଥିବା ସତ୍ତ୍ୱେ ତାଙ୍କ ପତ୍ନୀ ବଲାଙ୍ଗୀର ଜିଲ୍ଲା ପରିଷଦ ୧୭ ନମ୍ବର ଜୋନ୍‌ର ପ୍ରାର୍ଥିନୀ ଲିପିକା ପ୍ରଧାନଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ତାଙ୍କ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଶିବଦତ୍ତ ମିଶ୍ର  । ଶିବଦତ୍ତଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲା ନୋଡାଲ ଅଫିସର ସୂଚନା ଦେଇଛନ୍ତି  ।

Leave a Reply