କାରରେ ଜୀବନ ବିତାଉ ଥିଲେ ସାର୍, ଛାତ୍ର ବଦଳାଇ ଦେଲେ ଭାଗ୍ୟ

Teacher Living In His Car Gets Surprise From Former Students

ୱାଶିଂଟନ୍: ଗୁରୁ ଶିଷ୍ୟଙ୍କ ଭବିଷ୍ୟତ ତିଆରି କରନ୍ତି । ଏକଥା ପଢ଼ିଛେ, ଶୁଣିଛେ ଓ ଦେଖିଛେ ମଧ୍ୟ । କିନ୍ତୁ ଆମେରିକାରେ ଗୁରୁଙ୍କ ଭାଗ୍ୟକୁ ବଦଳାଇ ଦେଇଛନ୍ତି ତାଙ୍କ ଶିଷ୍ୟ । ହଁ… ଏମିତି ହିଁ ଘଟିଛି କାଲିଫର୍ଣ୍ଣିଆରେ ପେଶାରେ ଶିକ୍ଷକ ଥିବା ଜୋସ୍ ଭିଲ୍ଲାରୁଏଲଙ୍କ ସହ । ୨୦୧୩ ମସିହାରୁ ଜୋସ୍ କାରକୁ ଘର କରି ନେଇଥିଲେ । ଆର୍ଥିକ ଅନଟନ ଯୋଗୁଁ ନିଜର ୧୯୯୭ ମସିହାର ନୀଳ ରଙ୍ଗର କାରରେ ରହି ଆସୁଥିଲେ ଜୋସ୍ ।

Teacher Living In His Car Gets Surprise From Former Students

ତେବେ ମହାମାରୀ କରୋନା ପରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିଲା । ମହାମାରୀ କରୋନା ପାଇଁ ସ୍କୁଲ୍ ବନ୍ଦ ହୋଇଯିବା ପରେ ଜୋସ୍ ଘର ଖର୍ଚ୍ଚ ଲାଗି ଅସମର୍ଥ ହୋଇ ପଡ଼ିଥିଲେ । କାରଣ ଆୟର ଅଧିକାଂଶ ଟଙ୍କା ମେକ୍ସିକୋରେ ରହୁଥିବା ପରିବାରକୁ ପଠାଉଥିଲେ ଜୋସ୍ । ସାରଙ୍କ ଏମିତି ଅବସ୍ଥା ଦେଖି ଚିନ୍ତିତ ହୋଇ ପଡ଼ିଥିଲେ ଛାତ୍ର ଷ୍ଟିବନ ।

Teacher Living In His Car Gets Surprise From Former Students

ଭାବିଥିଲେ କିଛି ନୂଆ କରିବେ, ସାରଙ୍କ ଜୀବନ ବଦଳାଇବେ । ଆଉ ସେଇ ଲକ୍ଷ୍ୟରେ ଷ୍ଟିବନ ସାରଙ୍କ ଲାଗି ଫଣ୍ଡ ରେଜିଂ ଆକାଉଣ୍ଟ ତିଆରି କରିଥିଲେ । ଆଉ ଯେଉଁଥିରେ ଜମା ହେବାରେ ଲାଗିଥିଲା ଟଙ୍କା । ଷ୍ଟିବନଙ୍କ ପୋଷ୍ଟ ପରେ ଅନେକ ଜୋସଙ୍କୁ ଭେଟି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ।

Teacher Living In His Car Gets Surprise From Former Students

୫ ହଜାର ଡଲାର ଏକାଠି କରିବା ପାଇଁ ଷ୍ଟିବନ ଲକ୍ଷ୍ୟ ରଖିଥିଲେ । ଲକ୍ଷ୍ୟଠାରୁ ୬ ଗୁଣ ଅଧିକ ଟଙ୍କା ଏକାଠି ପରେ ସାରଙ୍କ ୭୭ତମ ଜନ୍ମଦିନରେ ତାଙ୍କୁ ସେହି ଟଙ୍କା ଉପହାର ଭାବେ ଦେଇଛନ୍ତି ଛାତ୍ର । ଜୀବନରେ ଏମିତି କିଛି ସ୍ୱପ୍ନରେ ଭାବିନଥିବା ଜୋସ୍ ସରପ୍ରାଇଜ୍ ପାଇ ବେଶ୍ ଖୁସି ଅଛନ୍ତି । ସାରଙ୍କୁ ଜନ୍ମଦିନରେ ୨୭ ହଜାର ଡଲାର ଚେକ୍ ଦେଇଛନ୍ତି ଛାତ୍ର ।

Leave a Reply