ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ନିଲମ୍ବିତ

ଢ଼େଙ୍କାନାଳ: ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଅସଦାଚରଣ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବିତ ହେଲେ ଶିକ୍ଷକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଖଇରପଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ବିଶ୍ବାଳ ନିଲମ୍ବିତ ହୋଇଛନ୍ତି  । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ହିନ୍ଦୋଳ ଏସଡିପିଓ ମାମଲାର ତଦନ୍ତ କରିଥିଲେ  । ସ୍କୁଲ ପରିସରରେ ତଦନ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଥିଲେ  । ଶିକ୍ଷକଙ୍କ ଏଭଳି ଆଚରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତ୍ରିନାଥଙ୍କୁ ସସପେଣ୍ଡ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ  । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି  । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ଆରୋପ ଲଗାଯାଇଥିବା ନିଲମ୍ବିତ ଶିକ୍ଷକ କହିଛନ୍ତି ।