ପିଅନର ଟାଙ୍ଗିଆ ଚୋଟରେ ସ୍କୁଲ ସାରଙ୍କ ମୃତ୍ୟୁ

ମାଲକାନଗିରି: ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ। ମୃତକ ଜଣଙ୍କ ହେଲେ ଗୁରୁଜୀ ନିରାକାର ସେଠୀ। ସୂଚନା ଅନୁଯାୟୀ, ପିଅନ ଓ ଗୁରୁଜୀଙ୍କ ମଧ୍ୟରେ କୌଣସି କାରଣକୁ ବଚସା ହୋଇଥିଲା । ଏଥିରୁ ଉଗ୍ରରୂପ ନେଇଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ନରେଶ କ୍ଷତ୍ରୀୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।