ଆଉ ଦୁର୍ଦ୍ଦଶା ଭୋଗିବେନି ଚିତ୍ରକୋଣ୍ଡାର ସୁପର ସାର୍

1 min read

ନନ୍ଦିଘୋଷ ଟିଭିର ମହା ପ୍ରଭାବ । ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର । ବିଛିନ୍ନାଞ୍ଚଳ ଗସ୍ତ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଶିକ୍ଷକମାନେ ଯାଆ ଆସ କରିବାରେ ଛ’ ଘଣ୍ଟା ସମୟ ଲାଗୁଛି । ଏହାକୁ ଆଖିଆଗରେ ରଖି ଏହି ଦୁର୍ଗମ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର କରାଯିବ । କ୍ଲଷ୍ଟରରେ ଆଠ ଦଶଟି କ୍ୱାର୍ଟର୍ସ ରହିବ । ମୁଖ୍ୟମନ୍ତ୍ରୀ

ଘୋଷଣା କରିଥିବା ଶହେ କୋଟି ଟଙ୍କାରୁ ଦଶ କୋଟି ଟଙ୍କାରେ ଏହି କ୍ଲଷ୍ଟର ତିଆରି ହେବ ।

Nandighoshatv-impact
Nandoghosha Tv impact on the struggling story of two teachers (Chitrakonda area) news

 

ପ୍ରଥମେ ନନ୍ଦିଘୋଷ ଟିଭିର ଓ୍ୱେବସାଇଟ୍ ଏହି ଖବରକୁ ସାମ୍ନାକୁ ଆଣିଥିଲା । ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଦୁଇଜଣ ଶିକ୍ଷକ କେମିତି ପ୍ରତି ମୁହୂର୍ତ୍ତରେ ଜୀବନ ସହ ସଂଘର୍ଷ କରୁଛନ୍ତି, ସେ ସଂପର୍କରେ ବିଶଦ ଭାବେ ଖବର ପ୍ରସାରିତ ହୋଇଥିଲା । ୬୦ କିଲୋମିଟର ଜଳଯାତ୍ରା ସହ ପାହାଡ, ପର୍ବତ ଚଢି ଓ ଭରା ନଈ ପାରହୋଇ କେମିତି ଜୁଝୁଛନ୍ତି, ଆମ ମାଲକାନଗିରି ପ୍ରତିନିଧି ଈଶ୍ୱର ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ଖବର ସଂଗ୍ରହ କରିଥିଲେ ।

ଏହା ପରେ ବିଭିନ୍ନ ମହଲରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହି ଲିଙ୍କରେ କ୍ଲିକ୍ କରି ପଢନ୍ତୁ ଦୁଇ ଶିକ୍ଷକଙ୍କର ସଂଘର୍ଷର କାହାଣୀ…

https://nandighoshatv.commalkangiri-teachers-who-travel-60-kms-daily-to-attend-school/ ')}

Leave a Reply