ଏମ୍‌ପିଭି ବିଦ୍ୟାଳୟରେ ଶିକ୍ଷକଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ

ମାଲକାନଗିରି: କାଲିମେଳା ବ୍ଲକ ଏମପିଭି – ୬୫ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା  । ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଶିକ୍ଷକଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ  । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି  । ଅଭିଯୋଗ ଅନୁସାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ଶିକ୍ଷୟିତ୍ରୀ ଇଲା ସେନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା  । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଇଲା ସେନ  ।

ଗତ ମଙ୍ଗଳବାର କାଲିମେଳା ଏବିଇଓ ଘଟଣାର ତଦନ୍ତ କରିବାକୁ ସ୍କୁଲକୁ ଯାଇଥିଲେ  । ତାଙ୍କ ସହିତ ସିଆରସିସି, ଏସଏମସି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ଶିକ୍ଷୟିତ୍ରୀ ଇଲା ସେନଙ୍କୁ ଡାକି ଅଧିକାରୀମାନେ ତଦନ୍ତ କରୁଥିବା ସମୟରେ ଶିକ୍ଷୟିତ୍ରୀ ଇଲା ସେନ ସମ୍ରାଟ ବେହେରାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ  । ଉପସ୍ଥିତ ଅଧିକାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କାହାରି କଥା ଶୁଣିନଥିଲେ ଶିକ୍ଷୟିତ୍ରୀ  । ଶିକ୍ଷୟିତ୍ରୀଙ୍କ ଏପରି ଆଚରଣକୁ ଅଭିଭାବକ ଓ ଗ୍ରାମବାସୀ ନିନ୍ଦା କରିବା ସହ ବିଇଓଙ୍କୁ ଦାବିପତ୍ର ଦେଇଛନ୍ତି । ଘଟଣାରେ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି  । ଅନ୍ୟପଟେ ଶିକ୍ଷୟିତ୍ରୀ ଜଣଙ୍କ କାର୍ଯ୍ୟରେ ଅବହେଳା କରୁଥିବାର ଅଭିଯୋଗ ଆସିଛି  ।

ଏଥିସହିତ ପଢ଼ନ୍ତୁ: ବସ୍ ଯାତ୍ରୀଙ୍କ ଉପରେ ବଢ଼ିଲା ବୋଝ: ଭଡ଼ା ବଢ଼ାଇଲେ ବସ୍ ମାଲିକ ସଂଘ