ଶିକ୍ଷକଙ୍କୁ ମହଙ୍ଗାପଡ଼ିଲା କରୋନା ଗୁଜବ: ଗିରଫ ପରେ ସ୍ୱାସ୍ଥ୍ୟବସ୍ଥା ଖରାପ

କଳାହାଣ୍ଡି: ଗୁଜବ ସୃଷ୍ଟିକାରୀ ସାବଧାନ୍‌ । କରୋନା ନେଇ ଅପପ୍ରଚାର କଲେ ମିଳିବନି ଛାଡ଼ । ବିପର୍ଯ୍ୟୟ ଲାଗି ଜାରି ଅଧିନିୟମ ଅନୁସାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । କରୋନା ଗୁଜବ ପାଇଁ ବନ୍ଧା ହେଲେ ଶିକ୍ଷକ । ଗିରଫ ଶିକ୍ଷକ ହେଲେ କଳାହାଣ୍ଡି ଦୁଡକେଲ ଗାଁର ବିନ୍ଦୁ ମହାନନ୍ଦ । ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୋଲାମୁଣ୍ଡା ଖଳିଆକାନୀରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ଅପପ୍ରଚାର କରିଥିଲେ ବିନ୍ଦୁ । ସୋସିଆଲ ମିଡିଆରେ ଗୁଜବ ଭାଇରାଲ ପରେ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ତାଙ୍କୁ ଗିରଫ କରିଛନ୍ତି । ଖଳିଆକାନିର ଯୁବକ ଜଣକ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ନିଜ ଘରେ କବାଟ ବନ୍ଦ କରି ରହୁଥିବାରୁ ସେ କରୋନା ଆକ୍ରାନ୍ତ ବୋଲି ବିନ୍ଦୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । କରୋନାକୁ ନେଇ ସୋସିଆଲ୍‌ ମିଡିଆରେ ମିଥ୍ୟ । ପ୍ରଚାର ଅଭିଯୋଗରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟ ନାରାୟଣ ସାମଲଙ୍କୁ ଗିରଫ କରାଯାଇଥିଲା ।

Leave a Reply