କରୋନା ସଂକଟରେ ମଧ୍ୟ ରାଜ୍ୟରେ ବଢ଼ିଛି ଟିକସ୍ ଆଦାୟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କରୋନା ସଂକଟରେ ରାଜ୍ୟରେ ବଢିଛି ଟିକସ ଆଦାୟ  । ନଭେମ୍ବର ସୁଦ୍ଧା ଆଦାୟ ହୋଇଥିବା ଟିକସରେ ୪ ପ୍ରତିଶତ ଅଭିବୃଦ୍ଧି ହୋଇଛି  । ୨୦୧୯ ମସିହାରେ ନଭେମ୍ବର ସୁଦ୍ଧା ରାଜ୍ୟରେ ୨୮ ହଜାର ୪୦୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବେଳେ, ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୨୯ ହଜାର ୪୧୧ କୋଟି ୨୯ ଲକ୍ଷ ଟଙ୍କା ଆଦାୟ ହୋଇଛି  । ବିଭିନ୍ନ ଯୋଜନାରେ ହୋଇଥିବା ଖର୍ଚ୍ଚ ଉପରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  । ଏଥିସହ ବିଭିନ୍ନ ବିଭାଗର ଖର୍ଚ୍ଚ ବିବରଣୀ ଉପରେ ମଧ୍ୟ ଆଳୋଚନା କରାଯାଇଛି  । ଏ ଅବସରରେ ନଗର ଉନ୍ନୟନ ସୁରେଶ ଚନ୍ଦ୍ର ମହାପାତ୍ର ଓଏମବିଏଡିସି ଓ ଡିଏମଏଫ୍ ପଣ୍ଡର ବ୍ୟୟ ଅଟ୍ଟକଳର ହିସାବ ଦେଇଥିଲେ  । ଏହି ଦୁଇ ସ୍କିମ ଅଧୀନରେ୍ ଆଠଟି ଜିଲ୍ଲାରେ ୨୦ ହଜାର କୋଟି ଖର୍ଚ୍ଚ ହୋଇଥିବା କହିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର  ।

ଏଥିସହିତ ପଢ଼ନ୍ତୁ: ଚାରିକାନ୍ଥର ଖୁଆଡ଼ ଭିତରେ ଖୋଜୁଛି ମାଆର ମମତା: ନନ୍ଦନକାନନ ହେଲା କୁନି ହାତୀର ନୂଆ ଠିକଣା

Leave a Reply