ନୂଆ ଜୀବନ ପାଇବ ଏୟାର ଇଣ୍ଡିଆ, ଟାଟା ନେଇପାରେ ମାଲିକାନା…

1 min read

ନୂଆଦିଲ୍ଲୀ: ସଂକଟରେ ପଡ଼ିଥିବା ଏୟାର ଇଣ୍ଡିଆକୁ କିଣିବ ଟାଟା । ଏଥିପାଇଁ ଟାଟା ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ଆଜି ଟାଟା ପକ୍ଷରୁ ଏହାର ବିଡିଂ ପାଇଁ ଦସ୍ତାବିଜ୍‌ ଦାଖଲ କରାଯାଇଛି ।

କରୋନା ମହାମାରୀ କାରଣରୁ ଅଧିକାଂଶ ଯାତ୍ରୀବାହୀ ବିମାନ ବନ୍ଦ ପଡିଛି । ଏହାରି ଭିତରେ ଦକ୍ଷିଣ-ପୂର୍ବ ଏସିଆ କମ୍ପନିମାନେ ନିଜର ଲାଭ ବଢାଇବାକୁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ୯୦ ହଜାର କୋଟି ଟଙ୍କା ଋଣଗ୍ରସ୍ତ ଏୟାର ଇଣ୍ଡିଆର ସ୍ଥିତି ଏବେ ଖରାପ ରହିଛି । ତେଣୁ ଏହାକୁ ବିକ୍ରି କରିବା ପରିସ୍ଥିତି ଆସିଛି । ସ୍ପାଇସଜେଟ୍‌ର ଅଜୟ ସିଂହ ମଧ୍ୟ ଏୟାର ଇଣ୍ଡିଆକୁ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଏନେଇ କମ୍ପାନି ପକ୍ଷରୁ ଔପଚାରୀକ ଭାବେ କିଛି ଘୋଷଣା କରାଯାଇ ନାହିଁ । ସେପଟେ ଏୟାର ଇଣ୍ଡିଅର ୨ଶହ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରି କିଣାବାକୁ ଯୋଜନା କରାଯାଉଥିବା ସୂଚାନ ରହିଛି ।

ସୂଚନାଯୋଗ୍ୟ, ୨୦୧୮ରେ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ବିଡିଂ ଡକାଯାଇଥିଲା । ସେତେବେଳେ କୌଣସି କମ୍ପାନି ଏହାକୁ କିଣିବାକୁ ଆଗ୍ରହପ୍ରକାଶ କରି ନଥିଲେ । କିନ୍ତୁ ଏବେ ଟାଟା ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିବାରୁ ସଂସ୍ଥାଟି ନୂଆ ଜୀବନ ପାଇବା ବୋଲି ଆଶା କରାଯାଉଛି ।

Leave a Reply