ଏୟାର ଇଣ୍ଡିଆକୁ ମିଳିଲା ନୂଆ CEO, ତୁର୍କିସ୍ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଧରିବେ ମଙ୍ଗ

ନୂଆଦିଲ୍ଲୀ: ଟାଟା ସନ୍ସ ତୁର୍କିସ୍ ଏୟାର ଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲ୍କାର ଆୟସୀଙ୍କୁ ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ କରିଛି । କମ୍ପାନୀ ଆଜିର ବୋର୍ଡ୍ ମିଟିଂରେ ଏହି ନିଷ୍ପତି ନେଇଛି । ଏପ୍ରିଲ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ । ବୋର୍ଡ୍ ବୈଠକରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ର ଶେଖରନ୍ ମଧ୍ୟ ସାମିଲ ଥିଲେ । ତେବେ ଦାୟିତ୍ୱଗ୍ରହଣ ପୂର୍ବରୁ ତାଙ୍କ ନାମକୁ ସମସ୍ତ ନିୟନ୍ତ୍ରକଙ୍କଠାରୁ ମଂଜୁରୀ ମିଳିବାର ଆବଶ୍ୟକତା ରହିଛି । ଟାଟା ସନ୍ସ ଏୟାର ଇଣ୍ଡିଆର ଶତ ପ୍ରତିଶତ ସେୟାର ୧୮ ହଜାର ୩ଶହ କୋଟି ଟଙ୍କାରେ କିଣିଥିଲା । ଜାନୁଆରୀ ୨୭ ତାରିଖ ଦିନ ଏୟାର ଇଣ୍ଡିଆ ଟାଟା ହାତକୁ ଯାଇଥିଲା ।

ଇସ୍ତାନବୁଲରେ ଜନ୍ମ
ଆୟସୀଙ୍କ ଜନ୍ମ ତୁର୍କୀ ରାଜଧାନୀ ଇସ୍ତାନବୁଲରେ ୧୯୭୧ ମସିହାରେ ହୋଇଥିଲେ । ୫୧ ବର୍ଷୀୟ ଆୟସୀ ତୁର୍କୀର ଭିଲ୍କେଣ୍ଟ୍ ବିଶ୍ୱବିଦ୍ୟାଳରୁ ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନରେ ସ୍ନାତକ ହାସଲ କରିଥିଲେ । ସେ ମଧ୍ୟ ଇଂଲଣ୍ଡର ଲିଡସ୍ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି ।

ଟାଟା ଗ୍ରୁପ୍ ସହ ଜଡିତ ହେବାରୁ ଖୁସୀ : ଆୟସୀ
ଆୟସୀ କହିଛନ୍ତି ଯେ, ମୁଁ ଟାଟା ଗ୍ରୁପ୍ ସହିତ ସାମିଲ ହୋଇ ବହୁତ ଖୁସୀ ଅଛି । ଆମେ ଏୟାର ଇଣ୍ଡିଆର ମଜଭୁତ ଐତିହ୍ୟର ଉପଯୋଗ କରିବ ଓ ବିଶ୍ୱରେ ଏହାକୁ ସର୍ବୋତ୍ତମ ଏୟାରଲାଇନ୍ସ ଭାବେ ଛିଡା କରିବାକୁ ଉଦ୍ୟମ କରିବୁ ।

ଟାଟା ପାଖେ ତିନୋଟି ଏୟାରଲାଇନ୍ସ
ଟାଟା ସନ୍ସ ପାଖରେ ଏବେ ତିନୋଟି ଏୟାର ଲାଇନ୍ସ ରହିଛି । ଏଥିରେ ସାମିଲ ଅଛି ଏୟାର ଏସିଆ,ଭିସ୍ତାରା ଓ ଏୟାର ଇଣ୍ଡିଆ । ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ବର୍ତ୍ତମାନ କର୍ମଚାରୀଙ୍କୁ ମଧ୍ୟ ରଖିବ । ଏୟାର ଇଣ୍ଡିଆରେ ବର୍ତ୍ତମାନ ୮ ହଜାର ୫ଶହ କର୍ମଚାରୀ କାମ କରୁଛନ୍ତି ।

ଦେଶ ଦ୍ୱିତୀୟ ବୃହତ୍ ଏୟାରଲାଇନ୍ସ
ଟାଟା ସନ୍ସ ଦ୍ୱାରା ଟେକ୍ ଓଭର ପରେ ଟାଟା ଦେଶର ଦ୍ୱିତୀୟ ବୃହତ ଏୟାରଲାଇନ୍ସ ବନିଛି । ଏହାର ପୁରା ସେୟାରା ଟେଲେସ୍ ପ୍ରାଇଭେଟ୍ ଲିମିନଟେଡକୁ ଟ୍ରାନସଫର ହୋଇ ସାରିଛି । ଏୟାର ଇଣ୍ଡିଆ ଅଧିଗ୍ରହଣ ପରେ ଟାଟା ଏହାକୁ ଦୁନିଆର ସର୍ବୋତ୍ତମ ଏୟାରଲାଇନ୍ସ କରିବାକୁ ନିଜ ପ୍ରତିବଦ୍ଧତା ଜାହିର କରି ସାରିଛି ।

Leave a Reply