ପ୍ରଥମ ପର୍ଯ୍ୟାୟରେ ୩୨ ଟନ୍ କୋରାପୁଟ କଫି କିଣିଲା ଟାଟା କଫି: ଅଧିକ ଦାମ୍‌ରେ କଫି ବିିକି ଚାଷୀ ଖୁସ୍

1 min read

ଜୟପୁର: ବିଶ୍ୱର ଦାମୀ କଫି ଲୁୱକ ନାଁ ଶୁଣିଥିବେ, ହେଲେ ଏବେ ଦିୱାନା କରିବ କୋରାଫୁଟ କଫି । ବିଶ୍ୱବଜାରରେ କୋରାପୁଟ କଫି ବିକିବ ଟାଟା । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଚାଷୀଙ୍କଠାରୁ ୩୨ ଟନ କଫି କିଣିଛି । କୋରାପୁଟ କଫିର ଗୁଣାତ୍ମକ ମାନ ଉକୃଷ୍ଟ ଥିବାରୁ ବିଶ୍ୱ ବଜାରରେ ବେଶ ଚାହିଦା ରହିଛି । ହେଲେ ବଜାର ଅଭାବରୁ କଫି ଚାଷୀ ଉଚିତ ମୂଲ୍ୟ ପାଉନଥିଲେ । ଏବେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଟାଟାକୁ କଫି ମଞ୍ଜି ବିକ୍ରି କରି ଚାଷୀ ବେଶ ଉତ୍ସାହିତ ଅଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଫି ଚାଷୀଙ୍କୁ ପ୍ରଶଂସା କରିବା ସହ ଏହା ଆଦିବାସୀଙ୍କ ଜୀବନ ଜୀବିକାକୁ ଉନ୍ନତ କରିବ ବୋଲି କହିଛନ୍ତି । ପରିଶ୍ରମକୁ ମିଳିଲା ଉଚିତ ମୂଲ୍ୟ । କୋରପୁଟ କଫି କିଣିଲା ଟାଟା କମ୍ପାନୀ । ଅନୁକୂଳ ପରିବେଶ, ଅର୍ଗାନିକ ପଦ୍ଧତିରେ ଚାଷ । ବିଶ୍ୱ ବଜାରରେ କରିବ କମାଲ । କୋରାପୁଟ କଫିର ଗୁଣବତ୍ତା ହିଁ ଟାଟା ଭଳି କମ୍ପାନୀକୁ ଆକୃଷ୍ଟ କରିଛି । ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କୋରାପୁଟ କଫି ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୨ ଟନ କଫି କିଣି ଟାଟା । ପୂର୍ବରୁ ଦଲାଲ ମାନଙ୍କୁ କଫି ମଞ୍ଜି ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିଲେ ଚାଷୀ । ଏବେ ଟିଡିସିସିଓଏଲର ପ୍ରୟାସରେ କେଜି ପ୍ରତି ୨୩୦ ଟଙ୍କାରେ ଟାଟା କମ୍ପାନୀକୁ ବିକ୍ରି କରିଛନ୍ତି ।

Image

ତେବେ ପରିଶ୍ରମର ଉଚିତ ମୂଲ୍ୟ ପାଇଥିବାରୁ ଖୁସିବ୍ୟକ୍ତ କରିବା ସହ କଫି ଚାଷ ପାଇଁ ଏହା ଆଦିବାସୀଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି କଫି ଚାଷୀ । ସେପଟେ କୋରପୁଟ କଫି ପାଇଁ ଏବେ ବିଶ୍ୱବଜାରର ଦ୍ୱାରା ଉନ୍ମୁକ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ କସମପଦରର କଫି ଚାଷୀ ସୁଲୋଚନା ଖରାଙ୍କୁ ପ୍ରଂଶସା କରିଛନ୍ତି । କୋରପୁଟରେ କଫି ଉତ୍ପାଦନ ବଢାଇବାକୁ ଅତ୍ୟାଧୁନିକ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଟିଡିସିସିଓଏଲ ପକ୍ଷରୁ ୨ ଟନ କଫି ପ୍ରକ୍ରିୟାକରଣ କରାଯାଇ କୋରାପୁଟ କଫି ବ୍ରାଣ୍ଡ ନାଁରେ ବିକ୍ରିକରାଯାଇଛି । ଆଗକୁ କଫିର ବଜାରୀକରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ । ସେପଟେ ରାଜ୍ୟ ସରକାରଙ୍କୁ ପକ୍ଷରୁ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଛି । ୨୦୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି।  କୋରାପୁଟ ଜିଲ୍ଲାର ଶୀତଳ ଜଳବାୟୁ କଫି ଚାଷ ପାଇଁ ବେଶ ଅନୂକୁଳ । ହେଲେ ବଜାର ଅଭାବରୁ ଉତ୍ପାଦିତ କଫି କର୍ଣ୍ଣାଟକ ଓ ଆନ୍ଧ୍ରକୁ ରପ୍ତାନି ପରେ ସେଠାରେ ବ୍ରାଣ୍ଡିଂ ହୋଇ ବଜାରକୁ ଆସୁଥିଲା । ଏବେ କଫିଚାଷୀଙ୍କ ଖୁସିର ଦିନ ଆସିଛି । ପରିଶ୍ରମର ମୂଲ୍ୟ ମିଳିବା ସହ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଏଣକି ଟାଟା କମ୍ପାନୀ ବିକ୍ରି କରିିବ କୋରାପୁଟ କଫି: ବଜାୟ ରହିବ ସ୍ୱତନ୍ତ୍ରତା,ବଢ଼ିବ ଚାହିଦା

Leave a Reply