୯ ମାସ ପରେ ଖେଲିଲା ତାରିଣୀ ମନ୍ଦିର, ଦୁଇଟି ପର୍ଯ୍ୟାୟରେ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା

କେନ୍ଦୁଝର: ଦିର୍ଘ ଦିନର ଅପେକ୍ଷା ପରେ ଆଜି ଖୋଲୁଛି ଓଡ଼ିଶାର ପ୍ରସିଦ୍ଧ ମା ତାରିଣୀ ପିଠ । କରେନା ପାଇଁ ସମସ୍ତ ମନ୍ଦିର ଜନସାଧାରଣଙ୍କ ପାଇଁ ବନ୍ଦ ଥିବା ବେଳେ ଭକ୍ତଙ୍କ ପାଇଁ ଆଜିଠୁ ଖୋଲୁଛି କେନ୍ଦୁଝର ଘଟଗାଁର ମା ତାରିଣୀଙ୍କ ମନ୍ଦିର । କରୋନା କାରଣରୁ ଦୀର୍ଘ ୯ ମାସର ବ୍ୟବଧାନ ପରେ ଆଜି ମା’ଙ୍କୁ ଦର୍ଶନ କରିବେ ଭକ୍ତ । ଦୁଇଟି ପର୍ଯ୍ୟାୟରେ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି ।

ପୁରୀ ଶ୍ରୀମନ୍ଦିର ଚଳିତ ମାସ ୩ରୁ ଖୋଲିଥିବା ବେଳେ କୋଭିଡ଼ ନିୟମକୁ ମାନି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସେହି ଦିର୍ଘଦିନ ପରେ ଆଜି ମା ତାରିଣୀ ମନ୍ଦିର ଖୋଲିଛି । ସକାଳ ୮ଟାରୁ ଦିନ ସାଢ଼େ ୧୨ଟା ଓ  ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ପ୍ରଥମେ ପୂଜକଙ୍କ ପରିବାର ଲୋକଙ୍କୁ ସୁଯୋଗ ମାଆଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ ।

ତେବେ ମନ୍ଦିର ବେଢ଼ାରେ ଥରକେ ୨୫ରୁ ୩୦ଜଣ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । ଭକ୍ତମାନେ କେବଳ ମା’ଙ୍କ ଦର୍ଶନ କରିପାରିବେ । ମନ୍ଦିର ପରିସରରେ ପୂଜା କାର୍ଯ୍ୟକୁ ବାରଣ କରାଯାଇଛି । ତିନି ନମ୍ବର ଗେଟରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଥିବା ବେଳେ, ବ୍ୟାରିକେଡ୍ ମଧ୍ୟରେ ସାମାଜିକ ଦୂରତା ଓ ସାନିଟାଇଜ୍ ହୋଇ ମନ୍ଦିର ଭିତରକୁ ଯିବେ ଭକ୍ତ ।

Leave a Reply