spot_img

Latest Posts

ଆମେରିକୀୟ ଏଜେନ୍ସିଙ୍କ ବଡ଼ ଦାବି: ଟ୍ରମ୍ପଙ୍କ ଟାରିଫ ଜାଲ ଭାରତ ଆଗରେ ହୋଇଛି ଅକାମି

ଆମେରିକୀୟ ଏଜେନ୍ସିଙ୍କ ବଡ଼ ଦାବି: ଟ୍ରମ୍ପଙ୍କ ଟାରିଫ ଜାଲ ଭାରତ ଆଗରେ ହୋଇଛି ଅକାମି

ନନ୍ଦିଘୋଷ ବ୍ୟୁରୋ: ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ନାରା ଦେଇ ଆମେରିକାର ରାଷ୍ଟ୍ରପତି ଚୌକିରେ ବସିଥିବା ଡୋନାଲ୍ଡ ଟ୍ରମ୍ପ ତାଙ୍କ ନୀତି ଯୋଗୁଁ ଦେଶକୁ ରସାତଳକୁ ନେଇଯିବାକୁ ବସିଛନ୍ତି । ଆମେରିକା ଗ୍ରେଟ୍ ହେବା କଥା ଛାଡନ୍ତୁ, ଟ୍ରମ୍ପଙ୍କ ନାଲିଆଖି ଓ ଦାଦାଗିରି ଏତେ ଅତିଷ୍ଠ କଲାଣି ଯେ, ଗୋଟିଏ ପରେ ଗୋଟିଏ ବନ୍ଧୁ ରାଷ୍ଟ୍ର ଆମେରିକାରକୁ ବାଇପାସ୍ କରିବାକୁ ଲାଗିଛନ୍ତି । ଆଉ ନିଆଁରେ ଘିଅ ଢାଳିବାର କାମ କରିଛି ଟ୍ରମ୍ପଙ୍କ ଟାରିଫ ନୀତି । ଏହି ନୀତି ଯୋଗୁଁ ଭାରତ ପରି ଏକ ବନ୍ଧୁ ରାଷ୍ଟ୍ର ଏବେ ଆମେରିକାଠାରୁ ଦୂରେଇବାକୁ ଲାଗିଛି । ଏପରିକି ଭାରତ ଆମେରିକାର ବିକଳ୍ପ ବଜାର ପାଇ ସାରିଥିବା ମଧ୍ୟ କୁହାଯାଉଛି । ଏକଥା ଆମେ ନୁହେଁ, ନିଜେ ଆମେରିକୀୟ ହିଁ କହୁଛନ୍ତି । ଯାହା ଆମେରିକୀୟ କ୍ରେଡିଟ ରେଟିଂ ଏଜେନ୍ସି ମୋଡିଜ୍ ରିପୋର୍ଟରେ କୁହାଯାଇଛି ।

ସୂଚନାଯୋଗ୍ୟ, ଆମେରିକା ଭାରତର କିଛି ପ୍ରଡକ୍ଟ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି । ଟ୍ରମ୍ପ ତାଙ୍କ ଚାପ ପକାଇବା ନୀତି ଅନୁସାରେ ଭାରତ ଉପରେ ଏକତରଫା ଭାବେ ଏହି ଟାରିଫ ଲଗାଇଛନ୍ତି । ହେଲେ ଆମେରିକୀୟ ରେଟିଂ ଏଜେନ୍ସି ଟ୍ରମ୍ପଙ୍କ ଏହି ନୀତିର ପୋଲ ଖୋଲି ଦେଇଛନ୍ତି । ମୁଡିଜ୍ ଅନୁସାରେ ଭାରତୀୟ ପ୍ରଡକ୍ଟ ଉପରେ ୫୦ ପ୍ରତିଶତ ଟାରିଫ ଲଗାଯିବା ପରେ ବି ଏହାର ରପ୍ତାନୀ ବୃଦ୍ଧି ପାଇଛି । ସେପ୍ଟେମ୍ବରରେ ଭାରତ ନିଜ ରପ୍ତାନୀକୁ ୬.୭୫ ପ୍ରତିଶତ ବଢ଼ାଇଛି । ହେଲେ ଆମେରିକାକୁ ଭାରତର ରପ୍ତାନୀ ୧୧.୯ ପ୍ରତିଶତ ହ୍ରାସ ପାଇଛି । ଏହା ଦର୍ଶାଉଛି, ଭାରତ ଆମେରିକା କେନ୍ଦ୍ରିତ ବ୍ୟବସାୟ କମ କରି ଅନ୍ୟ ବଜାରରେ ନିଜ ଉପସ୍ଥିତି ବଢ଼ାଇ ସାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ଭାରତ କେବଳ ଆମେରିକା ଉପରେ ନିର୍ଭର କରି ରହିବ ନାହିଁ ।

ବିଶ୍ବ ସ୍ତରରେ ଭାରତକୁ ପ୍ରଶଂସା

ବୈଶ୍ବିକ ଟ୍ରଡ ଚିନ୍ତା ଓ ଦରଦାମ ପରି ଚ୍ୟାଲେଞ୍ଜ ମଧ୍ୟରେ ବି ମୁଡିଜ୍ ରେଟିଂ ଭାରତର ଅର୍ଥବ୍ୟବସ୍ଥାକୁ ପଜେଟିଭରେ ରହିଛି । ନିଜ ଗ୍ଲୋବାଲ ମାକ୍ରୋ ଆଉଟଲୁକ୍ ୨୦୨୬-୨୭ ରିପୋର୍ଟରେ ଏଜେନ୍ସି ଅନୁମାନ କରିଛି, ଭାରତର ଅର୍ଥନୀତି ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ପ୍ରାୟ ୬.୫ ପ୍ରତିଶତ ବିକାଶ ହାର ସହ ବଢ଼ିବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ଭାରତ G-20 ଦେଶଙ୍କ ମଧ୍ୟରେ ପ୍ରମୁଖ ଅର୍ଥବ୍ୟବସ୍ଥା ବନି ରହିବାର ସମ୍ଭାବନା ରହିଛି ।

ଭାରତୀୟ ଅର୍ଥନୀତି ଦୃଢ଼ ହେବାର ତିନି କାରଣ

୧. ଇମ୍ଫାଷ୍ଟ୍ରକ୍ଚରରେ ଲଗାତର ନିବେଶ

୨. ଘରୋଇ ଦ୍ରବ୍ୟ ବ୍ୟବହାରକୁ ଗୁରୁତ୍ବ

୩. ରପ୍ତାନୀ ବଢ଼ାଇବା ନୀତିରେ କାମ କରିବା

ଭାରତୀୟ ଅର୍ଥନୀତି ଦୃଢ଼ ହେବା ପଛରେ ଦରଦାମ ନିୟନ୍ତ୍ରଣ ଓ ସୁଧହାର କମ କରିବା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ରିପୋର୍ଟରେ କୁହାଯାଇଛି, ଆରବିଆଇ ଅକ୍ଟୋବରରେ ରେପୋ ଦର ସ୍ଥିର ରଖିଛି, ଯାହା ଦର୍ଶାଉଛି ଦରଦାମ ନିୟମନ୍ତ୍ରଣରେ ରହିଛି ଏବଂ ଏବେ ବିକାଶକୁ ଗତି ଦେଇ ହେବ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ସମୟରେ ଭାରତକୁ ନେଇ ନିବେଶକଙ୍କ ଦୃଷ୍ଟିଭଙ୍ଗୀ ସକାରାତ୍ମକ ରହିଛି ।

ସୂଚନାଯୋଗ୍ୟ, ମୁଡିଜ ଭାରତୀୟ ଅର୍ଥବ୍ୟବସ୍ଥା ୬.୫ ପ୍ରତିଶତ ବଢ଼ିବା ନେଇ ଅନୁମାନ ଲଗାଇଥିବାବେଳେ ବୈଶ୍ବିକ ଜିଡିପିରେ ୨୦୨୬-୨୭ ସମୟରେ ୨.୫ରୁ ୨.୬ ପ୍ରତିଶତ ପର୍ଯ୍ୟନ୍ତ ରହିବାର ଅନୁମାନ କରାଯାଉଛି । ତେବେ ବଡୁଥିବା ଅର୍ଥବ୍ୟବସ୍ଥା ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ହେଲେ ମୁଡିଜ ରିପୋର୍ଟରେ ଚେତାବନୀ ଦିଆଯାଇ କୁହାଯାଇଛି, ଘରୋଇ ସେକ୍ଟରରେ ନିବେଶ ଏବେ ପୂର୍ଣ୍ଣମାତ୍ରାରେ ସକ୍ରିୟ ହୋଇନାହିଁ । ହେଲେ ଘରୋଇ ଡିମାଣ୍ଡ ଦୃଢ଼ ରହିଛି ।

Latest Posts

Don't Miss