ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଛେପ ପକାଇ ଛେପ ଢୋକିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ କଟିବନି ବୋଲି କହିବା ପରେ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ଉପମୁଖ୍ୟ ସଚେତକ କଡା କାଉଣ୍ଟର କରିଛନ୍ତି । ଏମିତି ଭୁଲ କରୁଛ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବାରମ୍ବାର ପକେଇବା ଛେପ ଢୋକୁଛ କାହିଁକି ? ମନ୍ତ୍ରୀ କିଛି କହିବା ପୂର୍ବରୁ ଭାବି ଚିନ୍ତି କୁହନ୍ତୁ । ଆଗ କହିଲେ କଟନି ଛଟନି ହେଉନି । କିନ୍ତୁ ପରେ ମାନିଲେ । ମନ୍ତ୍ରୀଙ୍କ ବିଭ୍ରାନ୍ତକର ମନ୍ତବ୍ୟ ପାଇଁ ତାଙ୍କ ସମ୍ମାନ ହାନି ହେଉଛି ବୋଲି କହିଛନ୍ତି ପ୍ରତାପ । ସେହିପରି କଂଗ୍ରେସ ମଧ୍ଯ ଯୋଗାଣ ମନ୍ତ୍ରୀଙ୍କୁ ଘେରିଛି । ସରକାର ଯାହା ନିଷ୍ପତ୍ତି ନେଉଛନ୍ତି ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ଡବଲ ଇଞ୍ଜିନ୍ ସରକାରରେ କାହା ଭିତରେ କାହାର ସାମଞ୍ଜସ୍ୟ ନାହିଁ । ମନ୍ତ୍ରୀ ଗୋଟେ କଥା କହିଲେ ସଚିବ ଆଉ ଗୋଟେ କଥା କହୁଛନ୍ତି । ରାସନ କାର୍ଡ ତାଲିକାରୁ ନାଁ କାଟି ଲୋକଙ୍କୁ ହଇରାଣ କରନ୍ତୁନି । ଧାନ କଟନି ଛଟନି ଜାରି ରହିଛି ।  କୁଇଣ୍ଟାଲ ପିଛା ୧୦ ପ୍ରତିଶତ ଧାନ କାଟୁଛନ୍ତି । ଠନ ଠନ କହିଥିଲେ କିନ୍ତୁ ୪୮ ଦିନ ପରେ ବି ପଇସା ଦେଖା ନାହିଁ । ଚାଷୀ ହଇରାଣ ହେଉଛନ୍ତି ସେମାନଙ୍କ କଥା ଚିନ୍ତା କରନ୍ତୁ ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ।