ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା

ଭୁବନେଶ୍ବର: ରାଜ୍ୟ ସଂଗ୍ରେସରେ ହଇଚଇ । ପିସିସି ପରିବର୍ତ୍ତନ ଦାବି ଭିତରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ତାରା ବାହିନୀପତି । ତାରାଙ୍କ ଇସ୍ତଫା ରାଜ୍ୟ କଂଗ୍ରେସରେ ରାଜନୀତିକୁ ପୁଣି ତେଜାଇଛି । ଗତକାଲି ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା । ତେବେ ତାରାଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକଙ୍କ ଭିତରେ ସବୁକିଛି ଠିକ ଚାଲିନଥିବା ସ୍ପଷ୍ଟ ହୋଇଛି ।