ହୁରନ ଇଣ୍ଡିଆ ରିଚ୍ ଲିଷ୍ଟର ୫୪୦ତମ ସ୍ଥାନରେ ତାରା ରଞ୍ଜନ ପଟ୍ଟନାୟକ

1 min read

ଭୁବନେଶ୍ବର: ହୁରନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪ର ୫୪୦ତମ ସ୍ଥାନରେ ତାରା ରଞ୍ଜନ ପଟ୍ଟନାୟକ । ୪ ହଜାର ୯୦୦ କୋଟି ଟଙ୍କାର ସମ୍ପତ୍ତି ସହିତ ଫାଲକନ ମେରାଇନ ଏକ୍ପପୋର୍ଟର ପ୍ରମୋଟର ତାରା ରଞ୍ଜନ ପଟ୍ଟନାୟକ ଏବଂ ପରିବାରକୁ ହୁରନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪ର ୫୪୦ତମ ସ୍ଥାନରେ ସ୍ଥାନିତ କରିଛି ।

ଦୀର୍ଘ ୪୦ ବର୍ଷ ଧରି ବ୍ୟବସାୟ କରୁଥିବା ଫାଲକନ ଗ୍ରୁପ୍ ଦେଶର ବୃହତ୍ତମ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ସଂସ୍ଥା ଭାବେ ଉଭା ହୋଇଛି । ଏଥିସହିତ ବିଶ୍ବର ବିଭିନ୍ନ ଦେଶକୁ ମଧ୍ୟ ନିଜ ବ୍ୟବସାୟ ବିସ୍ତାର କରିଛି । ସି ଫୁଡ୍ ସହିତ ଆନିମଲ ଫିଡ୍ସ, ଟ୍ରେଡିଂ, ରିଅଲ ଏଷ୍ଟେଟ୍ ଆଦି କ୍ଷେତ୍ରରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ଦୁବାଇରେ ଅଗ୍ରଣୀ ସଂସ୍ଥା ଭାବେ ପରିଚିତ ହୋଇଛି ।

ହୁରନ ଇଣ୍ଡିଆର ଏହି ତାଲିକାରେ ରହି ତାରା ଭାରତୀୟ ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି । ଆଦାନୀ, ଅମ୍ବାନୀଙ୍କ ପରି ପ୍ରତିଷ୍ଠିତ ଶିଳ୍ପପତି ଏହି ତାଲିକାର ଯଥାକ୍ରମେ ୧ ନମ୍ବର ଏବଂ ୨ ନମ୍ବର ସ୍ଥାନରେ ଥିବା ବେଳେ ତାରା ଓ ପରିବାର ଏଥିରେ ସ୍ଥାନିତ ହେବା ରାଜ୍ୟ ପାଇଁ ଗର୍ବର ବିଷୟ ପାଲଟିଛି ।