ତପ୍ତପାଣି ବସ୍ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୭୦ ଜଣିଆ ଟିମ୍

ଗଞ୍ଜାମ: ବଢୁଛି ମୃତ୍ୟୁ ସଂଖ୍ୟା ! ତପ୍ତପାଣି ଘାଟିରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢୁଥିବା ଜଣାପଡ଼ିଛି । ଏବେ ବି ବସ୍ ତଳେ ଆହୁରି ଯାତ୍ରୀ ଚାପି ହୋଇଥିବା ସୂଚନା ମିଳିଛି ।

ଗୁରୁତର ଆହତଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଦିଗପହଣ୍ଡି ସାନଖେମୁଣ୍ଡି ଅଗ୍ନିଶମ ବାହିନୀର ୭ ଟି ଅଗ୍ନିଶମ ଗାଡ଼ି ସହ ୭୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି । ବସରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଦିଗପହଣ୍ଡି ମେଡିକାଲକୁ ୧୦ ଟି ୧୦୮ ଗାଡ଼ି ନିୟୋଜିତ କରି ସ୍ଥାନାନ୍ତର କରାଯାଉଛି ।

ରାୟଗଡ଼ାର ଟିକିରି ଠାରୁ ମାରୁତି ନାମକ ଏକ ବସ ବ୍ରହ୍ମପୁର ଯାଉଥିଲା । ରାତି ପ୍ରାୟ ୩ଟାରେ ଏହି ବସ ତପ୍ତପାଣି ଘାଟିର ପାଳୁଖୋଲା ନିକଟରେ  ବସଟି ବ୍ରିଜ୍ ତଳକୁ ଖସିପଡ଼ିଥିଲା ।

Leave a Reply