spot_img

Latest Posts

ଡିମ୍ପଲ-ସୁମିତ ଘଟଣା; SDJM କୋର୍ଟରେ ରିପୋର୍ଟ ଦାଖଲ କଲା ପୋଲିସ

ବ୍ରହ୍ମପୁର: ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ତପସ୍ୱିନୀ ଓରଫ୍ ଡିମ୍ପଲ୍। ବହୁ ବାଦ ବିବାଦ ପରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଏକାଠି ରହିବାକୁ ଅନୁମତି ଦେଇଥିଲେ କୋର୍ଟ । ଆଉ ସମ୍ପର୍କ ଯୋଡିବାକୁ ଦୁହିଁଙ୍କୁ ମିଳିଥିଲା ୭ ଦିନର ସମୟ। ଏତେ ସବୁ ଭିତରେ ଆଜି ସରିଛି ସେହି ସାତ ଦିନର ଅବଧି।

ବ୍ରହ୍ମପୁରର ଡିମ୍ପଲ ଓ ଡାକ୍ତର ସୁମିତ ୭ଦିନ ଏକାଠି ରହିବା ନେଇ ଏସଡିଜେଏମଙ୍କ କୋର୍ଟରେ ରିପୋର୍ଟ ଦାଖଲ କରିଛି ପୋଲିସ। ଡିମ୍ପଲ୍‌ ଓ ଡାକ୍ତର ସୁମିତଙ୍କୁ ଏକାଠି ରହିବାକୁ ବିଚାରପତି ଦେଇଥିବା ୭ଦିନର ସମୟ ଆଜି ଶେଷ ହେଉଛି। ଏହା ପୂର୍ବରୁ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ଆସ୍କା ଥାନା ଅଧିକାରୀ।

ସମ୍ପର୍କ ଗଢିବାକୁ ସାତଦିନ ପାଇଁ ଆସ୍କା ଚିନିକଳ ଅତିଥି ଭବନରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ସୋମାନଙ୍କ ସୁରକ୍ଷା ଦାୟିତ୍ବ ନେବାକୁ କୋର୍ଟ କହିଥିଲେ।

ଅଧିକ ପଢନ୍ତୁ- ବାହା ହେବ କହି ଆସିଲାନି ବର, ବୋହୂ ବେଶରେ ପୁଅ ଘର ସାମ୍ନାରେ ଶଙ୍ଖ ଫୁଙ୍କି ଧାରଣା ଦେଲେ ଯୁବତୀ

ସ୍ୱାମୀ ଧରାଛୁଆଁ ନଦେବାରୁ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ ଓରଫ୍ ଡିମ୍ପଲ। ଏମିତିକି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଶ୍ୱଶୁର ଘର ଆଗ ମାଣ ବସାଇବାକୁ ପଛାଇନଥିଲେ ଡିମ୍ପଲ୍।  ତପସ୍ୱିନୀ କଥାବାର୍ତ୍ତାର ୨ଟି ଅଡିଓ ଗଣମାଧ୍ୟମକୁ ଦେଇଥିଲେ । ଏଭଳି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାରେ ରହିଥିଲା ।

 

 

Latest Posts

Don't Miss