spot_img

Latest Posts

ଦୁଇଦିନ ହେବ ବୋରୱେଲରେ ଫସିଛି ୬ ବର୍ଷର ତନ୍ମୟ, ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପ୍ରଶାସନ

ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ବୋରୱେଲରେ ଖସିପଡ଼ିଥିବା ଶିଶୁ ଏବେ ସୁଦ୍ଧା ଉଦ୍ଧାର ହୋଇ ପାରିନାହିଁ । ଗତ ମଙ୍ଗଳବାର ସନ୍ଧ୍ୟାରେ ଖେଳୁ ଖେଳୁ ତନ୍ମୟ ନାମକ ୬ ବର୍ଷର ବାଳକ ବୋରୱେଲକୁ ଖସିପଡ଼ିଥିଲା । ୪୦୦ ଫୁଟିଆ ବୋରୱେଲର ୩୮ ଫୁଟରେ ଫସିଛି ଶିଶୁ ତନ୍ମୟ । ଶିଶୁ ଟିକୁ ବାହାର କରିବା ପାଇଁ ୪୫ ଫୁଟର ସମାନ୍ତର ଗାତ ଖୋଳାଯାଇଛି କିନ୍ତୁ ଲଗାତାର ପାଣି ଆସିବା କାରଣରୁ ଗାତର ଗଭୀରତା ବଢ଼ାଯାଇ ପାରିନାହିଁ । ଟନେଲ ବନାଇବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏବେ ସୁଦ୍ଧା ତିନି ଫୁଟ ପର୍ଯ୍ୟନ୍ତ ଟନେଲ ବନାଯାଇଛି ।

ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ହୋମଗାର୍ଡ କମାଣ୍ଡେଣ୍ଟ ଏସଆର ଆଜମୀ କହିଛନ୍ତି କି ବୋରୱେଲରେ ତନ୍ମୟ ୩୯ ଫୁଟରେ ଫସିଛି । ଶିଶୁଟିର ନର୍ମାଲ ଉଚ୍ଚତା ତିନିରୁ ଚାରି ଫୁଟ ମାନି ଆମେ ୪୫ ଫୁଟ ପର୍ଯ୍ୟନ୍ତ ଗାତ ଖୋଳିଛୁ । ଟନେଲ ଖୋଳିବା ପାଇଁ ଏନଡିଆରଏଫ୍ ଓ ଏସଡିଆରଏଫର ୬୧ ଯବାନ ଲାଗିଛନ୍ତି । ପଥର ଏବଂ ଚଟାଣ କାରଣରୁ ଟନେଲ ବନାଇବାରେ ବାଧା ସୃଷ୍ଟି ହେଉଛି । ହରାଇଜଣ୍ଟାଲ ବୋର ସହ ଟନେଲ ବନାଇ ଆଗକୁ ବଡ଼ୁଛୁ । ଟିମକୁ ୮ ଫୁଟ ଗଭୀରକୁ ଯିବାର ଅଛି । ତିନି ଫୁଟ ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳାଯାଇ ସାରିଛି ।

ହରାଇଜଣ୍ଟାଲ ବୋରିଂ ଏବଂ ହାମରିଙ୍ଗ ଜରିଆରେ ଆଗକୁ ଟନେଲ ବନାଯାଉଛି । ପଥର ଓ ଚଟାଣ କାରଣରୁ ଏଥିରେ ସମସ୍ୟା ଆସୁଛି । ଟନେଲ ବନାଇବା ପାଇଁ ଆହୁରି ୪ରୁ ୫ ଘଣ୍ଟା ସମୟ ଲାଗିବ । ଘଟଣାସ୍ଥଳରେ ମାଣ୍ଡବୀ ଗାଁ ସହ ଆଖ ପାଖର ୪ଟି ଗାଁର ଲୋକ ସହାୟତା ପାଇଁ ହାତ ବଢ଼ାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨୦୦ରୁ ଅଧିକ ଲୋକଙ୍କ ପାଇଁ ନିଶୁଳ୍କ ଭୋଜନଠୁ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରାମବାସୀଙ୍କ ଦ୍ୱାରା କରାଯାଇଛି । ସମ୍ପୂର୍ଣ୍ଣ ଘଟଣା ନିଜେ ମନିଟରିଂ କରୁଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।

ତନ୍ମୟର ସୁରକ୍ଷା ପାଇଁ ଗ୍ରାମବାସୀ ଲଗାତାର ପୂଜାର୍ଚ୍ଚନା କରୁଛନ୍ତି। ସବୁଠୁ ବଡ଼ କଥା ହେଲା ଶିଶୁ କୌଣସି ପ୍ରକାର ମୁଭମେଣ୍ଟ କରୁନାହିଁ । ଡାକ ଦେଲେ ତନ୍ମୟ କୌଣସି ଜବାବ ଦେଉନାହିଁ । ଉଦ୍ଧାରକାରୀ ଦଳ ଯଥାଶୀଘ୍ର ତା ପାଖରେ ପହଞ୍ଚିବା ପାଇଁ ଉଦ୍ୟମ କରୁଛନ୍ତି । ଶିଶୁଟିର ହାତ ଉପରକୁ ରହିଛି । ଏହି କାରଣରୁ ତା ପାଖକୁ ଖାଦ୍ୟ ବା ପାନୀୟ ସାମଗ୍ରୀ ପଠାଯାଇ ପାରୁନାହିଁ । ବୋରୱେଲରେ ଅକ୍ସିଜେନ ଦିଆଯାଉଛି ।

ଶିଶୁଟି ସହ ମଙ୍ଗଳବାର ସନ୍ଧ୍ୟାରେ ଶେଷ ଥର ପରିବାର ଲୋକେ କଥା ହୋଇଥିଲେ । ଜିଲ୍ଲାପାଳ ଅମନବୀର ଭାନ୍ସ କହିଛନ୍ତି ଯେ, ଗତକାଲି ଶିଶୁର ହାତରେ ରଶି ଲଗାଇ ତାକୁ ଉପରକୁ ଉଠାଇବା ପାଇଁ ଉଦ୍ୟମ କରାଯାଇଥିଲା, ପ୍ରାୟ ୧୨ ଫୁଟ ଉପରକୁ ଆସିଯାଇଥିଲା ହେଲେ ଏହାରି ମଧ୍ୟରେ ରସି ଖୋଲିଯାଇଥିଲା ଆଉ ସେ ସେଠାରେ ଅଟକି ଯାଇଥିଲା ।

ଘଟଣାଟି ମଙ୍ଗଳବାର ସନ୍ଧ୍ୟା ବେତୁଲ ଜିଲ୍ଲାର ଆଠନେରର ମାଣ୍ଡଭୀ ଗାଁରେ ପ୍ରାୟ ସନ୍ଧ୍ୟା ୫ଟା ସମୟରେ ହୋଇଥିଲା । ୬ ବର୍ଷର ତନ୍ମୟ ଖେଳୁଥିବା ସମୟରେ ଘର ପାଖରେ ଥିବା ଏକ ବୋରୱେଲକୁ ଖସିପଡ଼ିଥିଲା । ଏହାପରେ ପରିବାର ଲୋକେ ଜାଣି ପ୍ରଶାସନକୁ ଖବର ଦେଇଥିଲେ । ପ୍ରଶାସନ ମଧ୍ୟ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆଶା କରାଯାଉଛି ଯେ କାଲି ସକାଳ ସୁଦ୍ଧା ଉଦ୍ଧାରକାରୀ ଦଳ ଶିଶୁଟି ପାଖରେ ପହଞ୍ଚିଯିବାର ।

Latest Posts

Don't Miss