ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭବୁନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଧାୟକ ପ୍ରାର୍ଥୀ ଭାବେ ଟଙ୍କଧର ତ୍ରିପାଠୀଙ୍କ ନାଁ ଘୋଷଣା କରିଛି ବିଜେପି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସୀକୃତି ପ୍ରଦାନ ପରେ ଟଙ୍କଧରଙ୍କ ନାଁ ଘୋଷଣା କରାଯାଇଛି ।

ପୂର୍ବରୁ ବିଜେଡି ଦୀପାଳି ଦାସଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଛି  ।  ବିଜେପି ପ୍ରାର୍ଥୀ ଘୋଷଣା କରିବାରେ ବହୁ ବିଳମ୍ବ କରିଥିଲା  । ଦଳରେ ଅସନ୍ତୋଷ ଥିବା କାରଣରୁ ପ୍ରାର୍ଥୀଙ୍କ ନାମ ବିଳମ୍ବ ହୋଇଥିବା କୁହାଯାଉଛି  ।