spot_img

Latest Posts

ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ

ଟାଙ୍ଗୀ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଛି ରାସ୍ତା କାମ । ମାସ ପରେ ମାସ ଏମିତି ବର୍ଷେରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରୁନି ରାସ୍ତା କାମ । ଫଳରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କାମର ଅଗ୍ରଗତି ଦେଖିବାକୁ ବିଭାଗୀୟ ଅଧିକାରୀ ଆସିଥିବା ବେଳେ ଅଧିକାରୀଙ୍କୁ ଘେରିଛନ୍ତି  ସ୍ଥାନୀୟ ଲୋକେ।

ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଛି ଗ୍ରାମାଞ୍ଚଳରେ ରାସ୍ତାକାମ । ଗାଁକୁ ଗାଁ ଯୋଡିବା ପ୍ରୟାସ ମାରିଛି ଫେଲ୍। କାରଣ ମାସ ପରେ ମାସ ବିତି ଯାଉଛି କିନ୍ତୁ ସରୁନି ରାସ୍ତା କାମ। ରାସ୍ତାକାମ ସରୁନଥିବାରୁ ଯାତାୟତ ପାଇଁ ଲୋକେ ଭୋଗୁଛନ୍ତି ନାହିଁନଥିବା ଯନ୍ତ୍ରଣା। କାମର ଅଗ୍ରଗତି ଦେଖିବାକୁ ବିଭାଗୀୟ   ଅଧିକାରୀ ଆସିଥିବା ବେଳେ ଘେରିଛନ୍ତି ସ୍ଥାନୀୟ  ଲୋକେ । ଏଭଳି ଚିତ୍ର ଦେଖିବାକୁ  ମିଳିଛି ଖୋର୍ଦ୍ଧା ଚଣ୍ଡେଶ୍ୱର ପାରି ଓରଡ଼ ରାସ୍ତାରେ।

୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଠାରୁ ପାରି ଓରଡ଼ ଟୁଟୁମ୍ବର ପଲି ପର୍ଯ୍ୟନ୍ତ ୬ କିଲୋ ମିଟର ରାସ୍ତା ନିର୍ମାଣ କାମ ସରୁନି । ଏହି ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୪ କୋଟି ୨୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୨୦୨୨ ମସିହାରୁ କାମ ଆରମ୍ଭ ହୋଇଥିଲା । ଯାହାକି ଡିସେମ୍ବର ମାସ ୯ ତାରିଖ ୨୦୨୨ ମସିହାରେ କାର୍ଯ୍ୟ ଶେଷ ହେବା ପାଇଁ ସମୟ ଧାର୍ଯ୍ୟ  କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କାମ ସରିନି । ଏହି ରାସ୍ତା ଉପରେ  ଟାଙ୍ଗୀ ଓ ଚିଲିକା ବ୍ଲକର ୫ ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ରାସ୍ତା ନିର୍ମାଣ ନାମରେ ଠିକା ସଂସ୍ଥା କେବଳ ଚିପ୍ସ ମେଣ୍ଟାଲ ପକାଇ କାମ ଅଧା ପନ୍ତାରିଆ କରୁଥିବାରୁ  ସ୍ଥାନୀୟ ଲୋକେ ନାନା ସମସ୍ୟା ଭୋଗୁଛନ୍ତି । ଶେଷରେ ସରକାରୀ ଅଧିକାରୀ ଖୁବ ଶୀଘ୍ର ରାସ୍ତା କାମ ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।

Latest Posts

Don't Miss