ରାସ୍ତା କଡ଼ ପାନ ଦୋକାନ ପଛ ଘରେ ଚାଲିଥିଲା ଦେହ ବେପାର

Tangi Police Nabbed Sex Racket After News In NandighoshaTV

ଟାଙ୍ଗୀ: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଖବର ପ୍ରସାରଣ ପରେ ଚଢ଼ାଉ କଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ଘର ଉପରେ ପୋଲିସର ରେଡ୍ କରିଛି । ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଚିକେନ୍ ସେଣ୍ଟର ସହ ପାନ ଦୋକାନ ରହିଛି । ଆଉ ତା’ପଛକୁ ରହିଥିବା ଘରେ ଚାଲିଛି ଦେହ ବ୍ୟବସାୟ । ଏନେଇ ନନ୍ଦିଘୋଷ ଟିଭିରେ ଅନୁସନ୍ଧାନ ମୂଳକ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣର କିଛି ସମୟ ମଧ୍ୟରେ ପୋଲିସ ଆକ୍ସନ୍ ମୋଡକୁ ଆସି ରେଡ୍ କରିଛି ।

Tangi Police Nabbed Sex Racket After News In NandighoshaTV
ରାଣୀ ମହୁମାଛି

୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ସରକାରୀ ଜମିରେ ବେଆଇନ୍ ଭାବେ ଘର ନିର୍ମାଣ କରି ଦେହ ବେପାର ଚଳାଇଥିଲେ । ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ସହ ଭୁବନେଶ୍ୱରରୁ ମହିଳା ଓ ଯୁବତୀଙ୍କୁ ଆଣି ସେ ସେକ୍ସ ରାକେଟ୍ ଚଳାଉ ଥିଲେ । ବ୍ଲକ ଅଫିସ୍, ତହସିଲ୍ ଅଫିସ୍ ନିକଟରେ ଏହି ଦେହ ବେପାର ଚାଲିଥିଲେ ମଧ୍ୟ ପୋଲିସ ଟେର୍ ପାଇ ପାରୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଧରପଗଡ଼ ଆରମ୍ଭ ହୋଇଛି ।

Tangi Police Nabbed Sex Racket After News In NandighoshaTV

ରେଡ୍ ବେଳେ ଜଣେ ବ୍ୟକ୍ତିଙ୍କ ସହ ଜଣେ ମହିଳାଙ୍କୁ ପୋଲିସ ହେପାଜତକୁ ନେଇଛି । ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ଟାଙ୍ଗୀ ପୋଲିସ । ଟାଙ୍ଗୀ ନିକଟ କାଳୁପଡ଼ାଘାଟରେ ଥିବା ଏକ ଲଜରେ ମଧ୍ୟ ଦେହ ବେପାର ନେଇ ରେଡ୍ କରିଥିବା ସୂଚନା ମିଳିଛି । ଜାତୀୟ ରାଜପଥ କଡ଼ରେ ଏଭଳି ଦେହ ବେପାର କିଭଳି ଚାଲୁଥିଲା । କେତେଦିନ ଧରି ଚାଲିଥିଲା ? ଏ ରାକେଟ୍ ପଛରେ ଆଉ କିଏ ରହିଛି ? ପୋଲିସ ତଦନ୍ତ ପରେ ହିଁ ଜଣାପଡ଼ିବ ।