ଚାଷୀଙ୍କ ମୁହଁରେ ହସ
ଟାଙ୍ଗୀ: ଚାଷୀର ଦୂର ହୋଇଛି ଦୁଃଖ । ବର୍ଷା ଛୁଆଁରେ ହସୁଛି ଉଜୁଡା କ୍ଷେତ । ଦୀର୍ଘ ଦିନ ପରେ ପୁଣି ଆରମ୍ଭ ହୋଇଛି ରୂଆ ବେଉସା । ଲଘୁଚାପ ବର୍ଷା ହେବା ଫଳରେ ଗଜା ମରୁଡି ହେବାକୁ ବସିଥିବା ଜମିରେ ହସୁଛି ଧାନ ତଳି । ଟାଙ୍ଗି ବ୍ଲକରେ ମରୁଡ଼ି ଭଳି ପରିସ୍ଥିତିକୁ ଲଘୁଚାପ ବର୍ଷା ଏଡାଇ ଦେଇଛି । ଫଳରେ ଆଗେଇଇଛି ଚାଷ କାମ । ବିଳମ୍ବ ହେଲେ ବି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଆରମ୍ଭ ହୋଇଛି ଚାଷ କାର୍ଯ୍ୟ । ଏହି ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତିକୁ ଲଘୁଚାପ ବର୍ଷା ଏଡାଇ ଦେଇଛି । ପଛକୁ ପଛକୁ ଲଘୁଚାପ ଆସୁଥିବାରୁ ଚଳିତବର୍ଷ ଭଲ ଫସଲ ହେବ ବୋଲି ଆଶା ରଖିଛି ଚାଷୀ ।
ଲଘୁଚାପ ବର୍ଷା ଯୋଗୁ ଜମିରେ ଭରି ରହିଛି ପାଣି । ଫଳରେ ରୁଆ ବେଉସା ସାଙ୍ଗକୁ ବଛା ବଛିରେ ଲାଗି ପଡିଛି ଚାଷୀ । ଚଳିତ ବର୍ଷ ଟାଙ୍ଗି ବ୍ଲକର 26 ପଂଚାୟତରେ 23 ହଜାର 722 ଏକର ଚାଷ ଜମିରେ ଧାନ ରୁଆ କାମ ଶେଷ ହୋଇଛି । ଧାନ ରୁଆ ଶେଷ ପରେ ନାନୋ ୟୁରିଆ ଵ୍ୟଵହାର କରିବାକୁ ପରାମର୍ଶ ଦେଇଛି କୃଷି ବିଭାଗ । ଏହା ସହ ଧାନ ଚାଷ ହୋଇଥିବା ଜମି ହୁଡ଼ାରେ ବିରି ବିହନ ବୁଣି ରୋଜଗାର ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଟାଙ୍ଗି କୃଷି ଜିଲା ଅଧିକାରୀ ।