ବିଲରେ ମୂଲ ଲାଗୁଛନ୍ତି ବାପ, ମାଆ; କେନ୍ଦ୍ରରେ ପୁଅ ରାଷ୍ଟ୍ରମନ୍ତ୍ରୀ

Tamilnadu Union Minister L Murugan Parents Works As Daily Labour In Village

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ କ୍ୟାବିନେଟ୍ ସମ୍ପ୍ରସାରଣ କରିଥିଲେ । ଏଥିରେ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପିର ତାମିଲନାଡ଼ୁ ୟୁନିଟ୍ ଅଧ୍ୟକ୍ଷ ଏଲ୍. ମୁରୁଗନଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ୪୪ ବର୍ଷିଅ ମୁରୁଗନ ଲମ୍ବା ସଂଘର୍ଷ ପରେ ଦିଲ୍ଲୀ ପହଞ୍ଚିଛନ୍ତି । ଏବେ ସବୁଠୁ ମୁରୁଗନଙ୍କ ମାତାପିତାଙ୍କୁ ନେଇ ଚର୍ଚ୍ଚା ହେଉଛି । ମୁରୁଗନଙ୍କ ମାତାପିତା ରାଜନୀତି ଠାରୁ ବହୁଦୂରରେ ତାମିଲନାଡ଼ୁର ଏକ ଗାଁରେ ଶ୍ରମିକ ଭାବେ କାମ କରନ୍ତି । ମୁରୁଗନଙ୍କ ସଫଳତାକୁ ନେଇ ତାଙ୍କ ପିତାମାତା ଗର୍ବ ତ କରନ୍ତି କିନ୍ତୁ ନିଜର ଜୀବନ ନେଇ ବଞ୍ଚିବାକୁ ଚାହାଁନ୍ତି । ସେହି ଜୀବନ ଯେଉଁଠୁ ସେମାନଙ୍କୁ ୨ ଓଳିର ଖାଇବା ମିଳେ ।

Tamilnadu Union Minister L Murugan Parents Works As Daily Labour In Village

ଦିଲ୍ଲୀରୁ ପ୍ରାୟ ଅଢ଼େଇ ହଜାର କିଲୋମିଟର ଦୂର ତାମିଲନାଡ଼ୁର ନମାକଲ୍ଲ ଜିଲ୍ଲାର କୋନ୍ନୁର ଗାଁରେ ମୁରୁଗନଙ୍କ ପିତାମାତା ରୁହନ୍ତି । ୫୯ ବର୍ଷିଅ ମାଆ ବରୁଦାମଲ୍ଲ ଏବଂ ୬୮ ବର୍ଷିଅ ପିତା ଏଲ୍.ଲଙ୍ଗାନଥନ ଅନ୍ୟ ଚାଷ ଜମିରେ ମୂଲିଆ ଭାବେ କାର୍ଯ୍ୟ କରନ୍ତି । ତେବେ ପୁଅ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ବି ସଫଳତାର ଶ୍ରେୟ ନେଇ ନାହାଁନ୍ତି ବାପ, ମାଆ ।

Tamilnadu Union Minister L Murugan Parents Works As Daily Labour In Village

ଏଲ.ମୁରୁଗନ ଦଳିତ ପରିବାରରୁ ଆସିଥିବା ବେଳେ ଅରୁଣଥାତିୟାର ସମୁଦାୟର । ମାତାପିତାଙ୍କୁ ଯେବେ ଯେଉଁ କାମ ମିଳେ କରନ୍ତି । କେତେକବେଳେ ଜମିରେ ମୂଲିଆ ତ ଆଉ କେବେ କୁଲି କାମ । ଯେତେବେଳେ ପୁଅ କେନ୍ଦ୍ରମନ୍ତ୍ରୀ ହୋଇଥିବା ପଡ଼ୋଶୀ ଖବର ଦେଲେ ତ ମାତାପିତା ଜମିରେ ଖଟୁଥିଲେ ।

Tamilnadu Union Minister L Murugan Parents Works As Daily Labour In Village

ତେବେ କେମିତି ଥିଲା ମୁରୁଗନଙ୍କ ପିଲାଦନ । କେତେ ଦୁଃଖ କଷ୍ଟରେ ବାପାମାଆ ମୁରୁଗନଙ୍କୁ ପାଳିପୋଷି ବଡ଼ କରିଥିଲେ ସେନେଇ ତାଙ୍କ ବାପା କୁହନ୍ତି, ‘ମୁରୁଗନ ପିଲାଟି ଦିନରୁ ଭଲ ପାଠ ପଢ଼ୁଥିଲେ । ସେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଛନ୍ତି । ପରେ ମୁରୁଗନ ଚେନ୍ନାଇର ଆମ୍ବେଦକର ଆଇନ୍ ମହାବିଦ୍ୟାଳୟରେ ପଢ଼ିଥିଲେ । ପୁଅର ପଢ଼ିବା ପାଇଁ ବାପା ସାଙ୍ଗସାଥୀଙ୍କ ଠୁ କରଜ ମଧ୍ୟ କରିଥିଲେ । ଆଉ ତାମିଲନାଡ଼ୁ ରାଜ୍ୟ ବିଜେପିର ସଭାପତି ହେବା ପରେ ବାପାମାଆଙ୍କୁ ଚେନ୍ନାଇରେ ମିଶି ରହିବା ପାଇଁ ନେଇଥିଲେ ମୁରୁଗନ । ହେଲେ କିଛିଦିନ ରହିବା ପରେ ଫେରି ଆସିଥିଲେ ବାପମାଆ ।’ ଏନେଇ ତାଙ୍କ ମାଆ କୁହନ୍ତି, ‘ଆମେ କେବେ କେବେ ୪ରୁ ୫ ଦିନ ପାଇଁ ଚେନ୍ନାଇ ଯାଉ । କିନ୍ତୁ ପୁଅର ବ୍ୟସ୍ତବହୁଳ ଜୀବନ ସହ ଚଳିବା ଆମ ପାଇଁ ସମ୍ଭବପର ନୁହେଁ । ତେଣୁକରି ଆମେ ପୁଣି ଥରେ ନିଜ ଭିଟ୍ଟାମାଟିକୁ ଫେରି ଆସିଥିଲୁ ।’ ତେବେ କେନ୍ଦ୍ରରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ମୁରୁଗନ ନିଜ ପିତାମାତାଙ୍କୁ ଫୋନ୍ କରିଥିଲେ ।

Leave a Reply