spot_img

Latest Posts

ବଜେଟ୍ ପ୍ରସ୍ତୁତି ଓ ପରିଚାଳନା ଶିଖିବାକୁ ଓଡ଼ିଶା ଆସିଛନ୍ତି ତାମିଲନାଡୁ ଅଧିକାରୀ

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ପରେ ଅନ୍ୟରାଜ୍ୟକୁ ଓଡ଼ିଶା ପଢାଉଛି ଆର୍ଥିକ ସଂସ୍କାର ପାଠ । ରାଜ୍ୟର ଆର୍ଥିକ ସଂସ୍କାରକୁ ରିଜର୍ଭ ବ୍ୟାଙ୍କ ପ୍ରଶଂସା କରି ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବଜେଟ୍ ପ୍ରସ୍ତୁତି ଓ ପରିଚାଳନା ଶିଖିବାକୁ ଓଡ଼ିଶା ଆସିଛନ୍ତି ତାମିଲନାଡୁ ଅଧିକାରୀ । ସ୍ୱଚ୍ଛତାର ସହିତ ଲୋକଙ୍କ ପାଇଁ ସମସ୍ତ ତଥ୍ୟ ପ୍ରଦାନ, ଓଡ଼ିଶା ସରକାରଙ୍କ ସଫଳତାର ମାପଦଣ୍ଡ ବୋଲି ସେମାନେ କହିବା ସହ ଓଡ଼ିଶାରୁ ବଜେଟ ମେକାନିଜମ୍‌ ଶିଖୁଛନ୍ତି ।

Tamilnadu Officer Learning How To Manage Budget From Odisha (1)

ସାଧାରଣ ଲୋକ ବୁଝିବା ଭଳି ପ୍ରସ୍ତୁତ ହେଉଛି ରାଜ୍ୟ ବଜେଟ୍ । ପ୍ରସ୍ତୁତି ପୂର୍ବରୁ ଅର୍ଥନୀତିଜ୍ଞ, ବ୍ୟବସାୟୀ, ନାଗରିକ ସମାଜଙ୍କ ପରାମର୍ଶ ନିଆଯାଏ । କେଉଁ କ୍ଷେତ୍ରରେ ରାଜ୍ୟ ଦୁର୍ବଳ, କେଉଁଠି ସଶକ୍ତ, ଏସବୁ ତଥ୍ୟ ସମସ୍ତଙ୍କ ପାଇଁ ଦିଆଯାଏ । ରିଜର୍ଭ ବ୍ୟାଙ୍କ, ବିଶ୍ୱ ବ୍ୟାଙ୍କ, କେନ୍ଦ୍ର ସରକାର, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାର ଗାଇଡ‌ଲାଇରେ ପ୍ରସ୍ତୁତ ହୁଏ ବଜେଟ୍ । କରୋନା ବେଳେ ବି ରାଜସ୍ୱ ସହ ବଜେଟ ଆକାର ବଢ଼ିଛି । ଜାତୀୟ ହାରଠାରୁ ଓଡ଼ିଶାର ଆର୍ଥିକ ବିକାଶ ବି ଅଧିକ । ଏଥିପାଇଁ ଓଡ଼ିଶାର ବଜେଟ୍‌ ପରିଚାଳନାକୁ ସବୁଆଡୁ ପ୍ରଶଂସା ମିଳୁଛି । ଏହି କୌଶଳ ଜାଣିବା ପାଇଁ ତାମିଲନାଡୁର ଦୁଇ ଅଧିକାରୀ ୩ଦିନ ପାଇଁ ଓଡ଼ିଶା ଆସିଛନ୍ତି ।

Tamilnadu Officer Learning How To Manage Budget From Odisha (1)

ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ବଜେଟ ମେକାନିଜମ ଶିଖୁଛନ୍ତି ତାମିଲନାଡୁ ଅଧିକାରୀ । ଓଡ଼ିଶାର ଫର୍ମୁଲା ତାମିଲନାଡୁରେ ଲାଗୁ କରାଯିବ । ସୀମିତ ଆୟର ସଠିକ୍ ପରିଚାଳନା, ଠିକ୍ ସମୟରେ ଖର୍ଚ୍ଚ କରିବା ଗୁରୁତ୍ୱ, ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନେବା, ନୂଆ ଆୟ ଉତ୍ସ ଖୋଜିବା, ଟେକ୍ନୋଲୋଜି ଜରିଆରେ ଆର୍ଥିକ ପରିଚାଳନା, ସ୍ୱଚ୍ଛତା ଏବଂ ଟିମ୍ ୱାର୍କକୁ ଗୁରୁତ୍ୱ ଦେବାରୁ ଓଡ଼ିଶା ବଜେଟ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ରାଜ୍ୟ ଅର୍ଥ ବ୍ୟବସ୍ଥାକୁ ମନିଟର କରୁଥିବା ସିଇଏଫ୍‌ଟିର ମୁଖ୍ୟ କହିଛନ୍ତି ।

Tamilnadu Officer Learning How To Manage Budget From Odisha (1)

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନମ୍ବର ୱାନ ହୋଇଥିବାରୁ କିଛିଦିନ ତଳେ ଅନ୍ୟ ରାଜ୍ୟର ଅଧିକାରୀମାନେ ଏହି କୌଶଳ ଶିଖିବାକୁ ଓଡ଼ିଶା ଆସିଥିଲେ । ଏବେ ଓଡ଼ିଶା ସରକାରଙ୍କ ସଫଳ ବଜେଟ ପରିଚାଳନା ବି ଅନ୍ୟ ରାଜ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହୋଇଛି । ୨୦୨୨-୨୩ ବର୍ଷର ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହା ତାମିଲନାଡୁ ଭଳି ରାଜ୍ୟ ପାଇଁ ଉପାଦେୟ ହେବ ।

Latest Posts

Don't Miss